November 28, 2025
Home » ସମ୍ବିଧାନର ସୁରକ୍ଷା କଂଗ୍ରେସର ମୌଳିକ କର୍ତ୍ତବ୍ୟ

ସମ୍ବିଧାନର ସୁରକ୍ଷା କଂଗ୍ରେସର ମୌଳିକ କର୍ତ୍ତବ୍ୟ

0
WhatsApp Image 2025-11-27 at 3.12.18 PM

 

ରାଜ୍ୟସ୍ତରୀୟ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ

ସମ୍ବିଧାନ ଦିବସ କୁ କଂଗ୍ରେସ ସମ୍ବିଧାନ ବଞ୍ଚାଅ ଦିବସ ରୂପେ ପାଳନ କରିଥିଲା l ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଏକ ମହତ୍ୱ ପୂର୍ଣ୍ଣ ସଭା ଆୟୋଜନ ହେଇଥିଲା l ଏହି ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଆମ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ ଏବଂ ରାଜ୍ୟର ଗ୍ରାମ ଗ୍ରାମରେ ଏହି ଆନ୍ଦୋଳନକୁ ପରିବ୍ୟାପ୍ତ କରାଯିବ l ସମ୍ବିଧାନ ରେ ଥିବା ମୌଳିକ ଅଧିକାର ଧର୍ମ ନିରପେକ୍ଷତା ଗରିବ ଙ୍କ ବିକାଶ, ଜାତି,ଧର୍ମ, ବର୍ଣ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ, ଆଦିବାସୀ ଜନଜାତିକଙ୍କୁ ସୁରକ୍ଷା ଦେବl, ନାରୀ ପ୍ରତି ସମ୍ମାନ, ଦଳିତଙ୍କ ସାମlଜିକ ଅଧିକାର ଆଦିକୁ ଆଜି ଡବଲ ଇଂଜିନ ସରକାର ସାରା ରାଜ୍ୟ ଏବଂ ଦେଶରେ ବିପର୍ଯ୍ୟସ୍ତ କରିଦେଲେଣି l ସେଥିପାଇଁ ସାରା ଓଡିଶାରେ କଂଗ୍ରେସ ତରଫରୁ ଜନ ଜାଗରଣ କରାଯିବା ଉପରେ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ lସୁର ରାଉତରାୟ କଂଗ୍ରେସ କର୍ମୀ ସମସ୍ତଙ୍କୁ କହିଲେ ଯେ ଆମେ ସମସ୍ତେ ସମ୍ବିଧାନ କୁ ବଂଚେଇବା ପାଇଁ ଉଦ୍ୟମ କରିବା ଉଚିତ l ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ, ଆମ୍ବେଦକର କହିଥିଲେ କେବଳ ଆଇନର ଦସ୍ତାବେଜ ନୁହଁ ଏହା ହେଉଛି ଜାତିର ଆତ୍ମା ଏବଂ ଆର୍ଟିକାଲ 14-15 ଓ ଆର୍ଟିକାଲ 46 ଏବଂ ସମ୍ବିଧାନର 6 ନମ୍ବର ପରିଚ୍ଛେଦ ଯେଉଁଥିରେ ପ୍ରlକୃତିକ ସମ୍ପଦ ଉପରେ ଆଦିବାସୀ ମାନଂକର ଅଧିକାର ଦିଆହେଇଛି ତାହାର ପୁନଃସ୍ଥାପନl l ସନ୍ତୋଷ ସିଂହ ସାଲୁଜା ଆମ୍ବେଦକରଙ୍କୁ ଭୁୟସୀ ପ୍ରଂଶସା କରିଥିଲେ ଏବଂ ଆମ ସମ୍ବିଧାନ କେତେ ଭଲ ତାର ବର୍ଣନା କରିଥିଲେ lଶରତ ରାଉତ କହିଲେ ଆଗାମୀ ଦିନରେ ବ୍ଲକ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ସମ୍ବିଧାନ ସଚେତନ କାଯ୍ୟକ୍ରମ ଅନୁଷ୍ଠିତ ହେବ lଶ୍ରୀକାନ୍ତ ଜେନା ସମ୍ବିଧାନ କିପରି ତିଆରି ହେଲା ଆଉ ସମ୍ବିଧାନ ତିଆରି ପାଇଁ ରାଷ୍ଟ୍ର ନେତାଙ୍କ କଣ ଅବଦାନ ଥିଲା କହିଥିଲେ l ଏବଂ ଏହା ପୃଥିବୀର ଶ୍ରେଷ୍ଠ ସମ୍ବିଧାନ ବୋଲି ଗଣାଯାଏ l ବର୍ତମାନ କଂଗ୍ରେସର ମୌଳିକ କର୍ତବ୍ୟ ସମ୍ବିଧାନର ସୁରକ୍ଷା ଦେବା lପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାମଚନ୍ଦ୍ର କାଡାମ, ଶିବାନନ୍ଦ ରାୟ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ, ପ୍ରକାଶ ଜେନା, ସୁରେନ୍ଦ୍ର ପରମାଣିକ, ସିପ୍ରା ମଲ୍ଲିକ, ରବିନ୍ଦ୍ର କୁମାର ମଲ୍ଲିକ, ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ସିଦ୍ଧାର୍ଥ ସ୍ୱରୂପ ଦାଶ, ରଣଜିତ ପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ମାନସ ରଞ୍ଜନ ଆଚାର୍ଯ୍ୟ, ସୁଦର୍ଶନ ଦାସ, ସୁଜୀତ ପାଢ଼ୀ, ଯଶୋବନ୍ତ ସିଂ ଲାଗୁରି, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ବାଙ୍କନିଧି ବେହେରା, ବିଜୟ ପ୍ରଧାନ, ମଧୁସ୍ମିତା ସେଠୀ, ପ୍ରଶାନ୍ତ ଚମ୍ପତ୍ତି, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ଅନିମା ମିଞ୍ଜ, ଅଶୋକ ଦାସ, ସୂର୍ଯ୍ୟକାନ୍ତ ଜେନା, ଅନିତା ବିଶ୍ୱାଳ, ସୁନିତା ବିଶ୍ୱାଳ, ବିଷ୍ଣୁ ଚରଣ ବାରିକ, ମୋହନ ହେମ୍ବ୍ରମ, ଲକ୍ଷ୍ମୀଧର ସିଂ, ଚିନ୍ମୟ ପ୍ରସାଦ ବେଉରା, ସୁଶାନ୍ତ ତ୍ରିପାଠୀ, ଜ୍ୟୋତି ମହାନ୍ତି, ମିହିର ଆଚାର୍ଯ୍ୟ, ଯୋଗୀନାଥ ବାହୁ ବଳେନ୍ଦ୍ର, ସସ୍ମିତା ପଣ୍ଡା, ମାନସ ମଲ୍ଲିକ, ଶିଳ୍ପିଶ୍ରୀ ହରିଚନ୍ଦନ, ଉଷାରାଣୀ ବେହେରା, ନିରୁପମା ପାତ୍ର, ମୋଟରାଜ ଡୁଙ୍ଗଡୁଙ୍ଗ, ସତ୍ୟବ୍ରତ ନାୟକ, ମିଲନ ପଟ୍ଟନାୟକ, ହୁସେନ ଖାଁ, ଜ୍ୟୋତିଷ କୁମାର ସାହୁ, ନଳିନୀ ବେହେରା, ଝୁନା ପଟ୍ଟନାୟକ, ଶିବପ୍ରସାଦ ଦାଶ, ଅଶୋକ ମଙ୍ଗରାଜ, ସୁଭାଷ ପ୍ରଧାନ, ତାପସ ସେଠୀ, ଜାନକୀ ମଲ୍ଲିକ, ପ୍ରତାପ ପ୍ରଧାନ, ବେଣୁଧର ଭୋଇ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ଅକ୍ଷୟ ମୁଦୁଲି, ସୁଧୀର ପଣ୍ଡା, ଆଲୋକ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହି ସମ୍ବିଧାନ ବଞ୍ଚାଅ ସଭାକୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶିବାନନ୍ଦ ରାୟ ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *