ମୋବାଇଲ ଦୋକାନରୁ ମୃତଦେହ ଜବତ, ହତ୍ୟା ନା ଆତ୍ମହତ୍ୟା
ମୋବାଇଲ ଦୋକାନ ଭିତରୁ ମୃତଦେହ ଉଦ୍ଧାର। ପୁରୀ ବାସେଳୀ ସାହି ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା। ଥାନା ସମ୍ମୁଖରେ ଥିବା ମୋବାଇଲ ଦୋକାନ ଭିତରୁ ଦୋକାନ ମାଲିକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ମୃତବ୍ୟକ୍ତି ଜଣକ ମଙ୍ଗଳାଘାଟର ଉମାକାନ୍ତ ନାୟକ। ତେବେ ଉମାକାନ୍ତ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି। ଅତି ଅମାନୁଷିକ ଭାବେ ଉମାକାନ୍ତ ମୁଣ୍ଡରେ ଜରି ଗୁଡାଇ ଅକ୍ସିଜେନ୍ ପାଇପ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୋକାନ ଭିତରୁ ଏକ ସୁଇସାଇଡ ନୋଟ୍ ପୋଲିସ ଜବତ କରିଛି। ପାରିବାରିକ କଳହକୁ କେନ୍ଦ୍ରକରି ଉମାକାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
