February 24, 2026
Home » ନିଆଁ ପୁଆଁଉ ଥିବାବେଳେ ଘଟିଲା ଅଘଟଣ:ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର

ନିଆଁ ପୁଆଁଉ ଥିବାବେଳେ ଘଟିଲା ଅଘଟଣ:ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର

0
WhatsApp Image 2025-12-05 at 2.59.49 PM

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା ଦ୍ୟୁତିକୃଷ୍ଣ ମୁଖି (୬୧) ଭଳି ଜଣେ ବୃଦ୍ଧ ନିଆଁ ରେ ପୋଡି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ଦ୍ୟୁତିକୃଷ୍ଣ ନିଜ ଘରେ ନିଆଁ ପୁଆଁଉଥିଲେ। ଅସାବଧାନତା ବଶତଃ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ହରଭଙ୍ଗା ଅଗ୍ନିଶମ ବାହିନୀ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଦ୍ୟୁତିକୃଷ୍ଣ ମୁଖି ଙ୍କ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି। ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଟୁଡୁବାଲି ଗ୍ରାମ ହୋଇଥିବା ବେଳେ ସେ ଚାରିଛକ ରେ ଏକାକୀ ଦୀର୍ଘ ଦିନ ହେଲା ରହିଆସୁଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *