ଗୋପାଳପୁର ମଦନ ମୋହନ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୀତା ଜୟନ୍ତୀ ପାଳିତ
ନୟାଗଡ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁର ମଦନ ମୋହନ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପ୍ରତିବର୍ଷ ପରି ମାର୍ଗଶୀର ମାସ ଶୁକ୍ଳ ତ୍ରୟୋଦଶ ତିଥି ରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ସନାତନ ଧର୍ମ ରେ ହିନ୍ଦୁ ଶାସ୍ତ୍ରର ଶ୍ରେଷ୍ଠ ଗୀତା । ଆଜିର ଦିନରେ ମଠ ମନ୍ଦିର, ଧର୍ମ ଅନୁଷ୍ଠାନ ରେ ଗୀତା ଶ୍ଳୋକ ପାଠ କରିଥିଲେ ଶିଶୁ ମନ୍ଦିର କୁନି କୁନି ପିଲା ମାନେ ସକାଳୁ ବିଦ୍ୟାଳୟରେ ପହଞ୍ଚି ଧୂପ ଦୀପ ଫୁଲ ଚନ୍ଦନ ଭୋଗ ଦେଇ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଗୀତା ପାଠର ଶ୍ଳୋକ ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟା ନିରୁପମା କର ଏବଂ ଅନୁପମା ଦାଶ ସହଯୋଗରେ ସମସ୍ତ ଶିଶୁ ଉପସ୍ଥିତ ରହି ସଂସାର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ପ୍ରଭାତ ପ୍ରଧାନ, ସୋମନାଥ ପରିଡା, କବିତା ଲିପ୍ସା ସ୍ବାଇଁ, ପୂଜା ନାୟକ, ବର୍ଷା ପ୍ରିୟଦର୍ଶନୀ ନାୟକ ବିଷ୍ଣୁ ପ୍ରିୟା ନାୟକ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
