ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5375; AI_Scene: (-1, -1); aec_lux: 203.56174; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 42;
ନୟାଗଡ ଷ୍ଟାଡିୟମଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟ, ନୟାଗଡ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୫ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସକାଳ ୦୮.୦୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଓ ଜିଲ୍ଲା ସମାଜିଜ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସହର ପରିକ୍ରମା କରି ତ୍ରିନାଥ ଛକ ଅବସ୍ଥାପିତ ଗାନ୍ଧୀ ମୂର୍ତ୍ତୀ ଠାରେ ସମାପ୍ତ ହୋଇଥିଲା ।

ରାଲି ପରେ ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନରୁ ଆସିଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ନୟାଗଡ ଷ୍ଟାଡିୟମଠାରେ ବିଭିନ୍ନ ପ୍ରକାର କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ପରେ, ଦିବସ ପାଳନ ପରିପେକ୍ଷିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଦିବ୍ୟାଙ୍ଗଙ୍କ ପ୍ରତି ସରକାରଙ୍କ ଯୋଜନା ଓ ସମାଜର ଓ ଅଭିଭାବକଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସଭା ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥିଭାବେ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ,ଜିଲ୍ଲାପରିଷଦ ସଭାପତି ନୟାଗଡ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ -କର୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଓ ଜିଲ୍ଲା କ୍ରୀଡ଼ା ତଥା ସଂସ୍କୃତି ଅଧିକାରୀ ସୁଜାତା ସାହୁ ଯୋଗଦେଇଥିଲେ ।ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଦିବ୍ୟାଙ୍ଗ ଛାତ୍ର/ଛାତ୍ରୀଙ୍କୁ ସାହାସ ଧର୍ଯ୍ୟର ସହିତ ଶିକ୍ଷା ନେଇ ସରକାରଙ୍କ ଯୋଜନାର ସହାୟତା ଦ୍ଵାରା ଉଚ୍ଚତମ ସୋପାନରେ ପହଞ୍ଚିବା ପାଇଁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ କେବେ ହେଲେ ନିଜକୁ ଛୋଟ ଭାବିବେନାହିଁ ବୋଲି କହିଥିଲେ । ଉପସ୍ଥିତ ଅତିଥି ମାନେ ଛାତ୍ର/ଛାତ୍ରୀ, ଅଭିଭାବକ ଓ ଅଧିକାରୀ ମାନଙ୍କୁ କହିଥିଲେ ଡିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ତାଙ୍କର ଯଥାବିଧ ଉନ୍ନତି କରି ପାରିଲେ, ଆଜି ଦିବସ ପାଳନର ମହତ୍ତ୍ଵ ରହିବ ।

ମୁଖ୍ୟ ଅତିଥି ଓ ଅତିଥିମାନେ ପାରା କ୍ରୀଡା ପ୍ରତିଯୋଗିତାରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ତିନି ଜଣ କୃତି ପ୍ରତିଯୋଗୀ ଯଥା- ଲୀନା ସ୍ବାଇଁ, ଭାପୁର, ପ୍ରମୋଦ କୁମାର ସାହୁ, ନୂଆଗାଁ ଓ ଅନନ୍ୟା ସ୍ବାଇଁ, ନୂଆଗାଁଙ୍କୁ ଅତିଥି ମାନେ ୧୦୦୦୦ ଅର୍ଥ ରାଶି, ମାନପତ୍ର ଓ ପୁରସ୍କାର ଦେଇ ସମ୍ବଦ୍ଧିତ କରିବା ସହିତ, ଆଜି ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର/ଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ ।

ନୟାଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ବିଭିନ୍ନ ସ୍ବେଚ୍ଛାସେବୀ ଓ ସମଗ୍ର ଶିକ୍ଷାର ବିଭିନ୍ନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ଯୋଗଦାନ କରି ଏହି ଦିବସକୁ ପାଳନ କରିବାରେ ସଫଳ କରିଥିଲେ । ଏଥ୍ ସହିତ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ନୟାଗଡର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସର୍ବଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ନୟାଗଡ ଶ୍ରୀ କାମଦେବ ନାୟକ, ମଞ୍ଚାସିନ ଅତିଥି, ଛାତ୍ର/ଛାତ୍ରୀ, ଅଭିଭାବକ, ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ସଂଯୋଜନା କରିଥିଲେ ସମାଜସେବୀ ସଞ୍ଜୟ କୁମାର ସୁବୁଦ୍ଧି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
