ଶ୍ରୀ ଜଗନ୍ନାଥ ଗବେଷଣା କେନ୍ଦ୍ର ପକ୍ଷରୁ ପାଳିତ ହେଲା ଶହୀଦ ଜୟୀ ରାଜଗୁରୁ, ଶରତ ଚନ୍ଦ୍ର ମହାପାତ୍ରଙ୍କ ସ୍ମୃତିସଭା
ପୁରୀ: ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର, ସର୍ବୋଦୟ ମେଳା କମିଟି ଓ ଶହୀଦ ରାଜଗୁରୁ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ସ୍ମୃତିପୀଠରେ ଶରତ ଚନ୍ଦ୍ର ମହାପାତ୍ରଙ୍କ ସ୍ମୃତି ସଭା ଓ ଶହୀଦ ରାଜଗୁରୁଙ୍କ ୨୨୦ତମ ବଳିଦାନ ଦିବସ ପାଳିତ ହୋଇଛି । ଶ୍ରୀ ଜଗନ୍ନାଥ ଓ ଜୟୀ ରାଜଗୁରୁ ଶୀର୍ଷକ ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ଗବେଷଣା କେନ୍ଦ୍ର ଓ ସର୍ବୋଦୟ ମେଳା କମିଟି ସଭାପତି ଉମାବଲ୍ଲଭ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୂଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଜୟୀ ରାଜଗୁରୁଙ୍କ ସ୍ମୃତିଚାରଣ କରିଥିଲେ ।

ପ୍ରାରମ୍ଭରେ ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ ଟ୍ରଷ୍ଟର ଓଡିଶା ସଭାପତି ଓ ପ୍ରାକ୍ତନ ନିର୍ଦ୍ଦେଶକ ଭାରତ ସରକାର ମାନସ ରଞ୍ଜନ ମହାପାତ୍ର ସମ୍ୟକ ସୂଚନା ଦେଇ ବରପୂତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱର୍ଗତଃ ଶରତ ଚନ୍ଦ୍ର ମହାପାତ୍ରଙ୍କ ଶ୍ରଜଗନ୍ନାଥଙ୍କ ପ୍ରତି ଭକ୍ତି, ନିଷ୍ଠା ଓ ଶ୍ରୀମନ୍ଦିର ପରିଚାଳକ ଭାବେ ତାଙ୍କ ଦକ୍ଷତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ସେହିପରି ଶହୀଦ ରାଜଗୁରୁଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦିଆଯାଇ ନାହିଁ ବୋଲି ସେ କହିଥିଲେ । ଏହି ସ୍ମୃତି ସଭାରେ ଗଙ୍ଗାଧର ଦାଶ, ବାସୁଦେବ ସାହୁ, ଗିରିଜା ଶଙ୍କର ପାଢ଼ୀ, ସୂର୍ଯ୍ୟନାରାୟଣ ରଥ, ଶୈଳବାଳା ମହାପାତ୍ର, ଗୌରହରି ପ୍ରଧାନ, ବିଶ୍ୱମିତ ମିଶ୍ର, ପ୍ରିୟ ମହାପାତ୍ର ଓ ଜୟଦେବ ଶତପଥୀ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରଦୀପ ଚନ୍ଦ୍ର ମହାପାତ୍ର, ରଶ୍ମିତା ମହାପାତ୍ର ଓ ସମ୍ପାଦକ ଶିବପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
