ଶିକ୍ଷକ ଦେଶବନ୍ଧୁ ମହାକୁଳଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ସୁବର୍ଣ୍ଣପୁର: ବୌଦ୍ଧ ଜିଳ୍ଲା ବହିରା ହାଇସ୍କୁଲ ଶିକ୍ଷକ ତଥା ସାମାଜିକ କର୍ମୀ ଦେଶବନ୍ଧୁ ମହାକୁଳ ତେଲିବନ୍ଧ ପନ୍ଥେଇ ଠାରେ ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ହୋଇଥିଲା l ଦୁର୍ଘଟଣା ରେ ତାଙ୍କର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ବୌଦ୍ଧ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ବୌଦ୍ଧ ରେ ଶେଷ ଦର୍ଶନ କରିଥିଲେ ବାଲ୍ୟବନ୍ଧୁ ମୁଖ୍ୟ କର୍ଯ୍ୟନିର୍ବାହି ଅଧିକାରୀ , ଜିଲ୍ଲା ପରିଷଦ ,ବୌଦ୍ଧ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ,ଅଧିବକ୍ତା ଅଶୋକ କୁମାର ସାହୁ ଓ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜସେବୀ ବିଶି କେଶନପ୍ରଧାନ,କୃତ୍ତିବାସ ପଲିଆ, ସୁଶାନ୍ତ ବାଘ, ସୁବୋଧ କୁମାର ପ୍ରଧାନ,ଅଜିତ ମେହେର,ଦେବହରୀ ମହାକୁଡ଼, କୃଷ୍ଣଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ସାହୁ,ତଷୋଣ କୁମାର ମହାକୁଳ, ଅଧ୍ୟାପକ ଉତ୍ତମ ବେହେରା,ଅଶୋକ ବେହେରା, ଶିକ୍ଷକ ସନ୍ତାନୁ କୁମାର ଭୋକ୍ତା ,ପ୍ରମୋଦ କୁମାର ପ୍ରଧାନ ,ଶାନ୍ତାନୁ.ମିର୍ଦ୍ଧା,ମହେଶ୍ୱରପ୍ରଧାନ ଯୋଗେଶ୍ବର ମହାକୁତଙ୍କ ସମେତ ବହିରା ହାଇସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ଶେଷ ଦର୍ଶନକରି ଅମର ଆତ୍ମାର ସବଗତି କାମନା କରିଥିଲେ | ତାଙ୍କ ମୃତ୍ୟୁ ରେ ଏ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
