ଚଇତାଳି ପାଇଁ ଆୱାସି ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ
ରାୟଗଡ ଚଇତିର ମୁଖସାଖୀ ଚଇତାଳି ପ୍ରକlଶନ ନିମନ୍ତେ କେତେଦୂର ପ୍ରଗତି ହୋଇଛି ସେସମ୍ପର୍କରେ ଅବଗତି ନିମନ୍ତେ ଉପଜିଲ୍ଲାପାଳ ରୟାଗଡ଼ ଶ୍ରୀ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଆୱାସି ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଆ, ତେଲୁଗୁ, ହିନ୍ଦୀ ଭାଷାର ବିଶିଷ୍ଠ ଲେଖକ, କବି, ଗାଳ୍ପିକ ଓ କିଛି ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଚଇତାଳି ନିମନ୍ତେ ଲେଖା ଗୁଡିକ କେତେଟି କେଉଁ କେଉଁ ଭାଷାର ଆସିଛି ଓ ଅଧିକ ଲେଖା ଅଳ୍ପ ଦିନରେ କିପରି ସେଥିପାଇଁ ସମସ୍ତଙ୍କୁ ଉପଜିଲାପାଳ ଶ୍ରୀ ଜେନl ଅନୁରୋଧ କରିଥିଲେ । ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ କୁମାର ନାୟକ କହିଲେ ଯେ ସାହିତ୍ୟିକ ମାନଙ୍କ ଲେଖା ସହିତ ସରକାରଙ୍କ ବିଭିନ୍ନ ବଭାଗ ମାନଙ୍କର ସଫଳତାର କାହାଣୀ ମଧ୍ୟରେ ଚଇତାଳିରେ ପ୍ରକାଶିତ ହେଲେ ଆହୁରି ଭଲହେବ ବୋଲି କହିଥିଲେ । ସାହିତ୍ୟିକ ସଦାଶିବ ପଟ୍ଟନାୟକ, ବିମଳ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ରାଧାକାନ୍ତ ରାଉତ ଆଦି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଚଳିତ ବର୍ଷ ଚଇତାଳିରେ ଓଡ଼ିଆ, ହିନ୍ଦୀ, ତେଲୁଗୁ, ଇଂରାଜୀ ଓ ସଂସ୍କୃତି ଭାଷାରେ ସ୍ଥାନିତ କରି ପ୍ରକାଶନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ଚଇତାଳି ନିମନ୍ତେ ଲେଖା ପଠାଇବାକୁ “chaitalirayaghada2025@gmail.com”ରେ ମେଲରେ ପଠାଇବାକୁ ଉପଜିଲ୍ଲାପାଳ ସମସ୍ତଙ୍କୁ କହିଥିଲେ । ଏହି ବୈଠକରେ ସହକlରି ଜିଲ୍ଲାପାଳ ଶ୍ରୀ କୈଳାସ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଛବିଲାଲ ସିଂ, ମାମୁଦ ଗାରୁ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ,ସାହିତ୍ୟିକ କାଳିଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
