December 18, 2025
Home » କୋରାପୁଟ ପରବ-୨୦୨୫ ଉପଲକ୍ଷେ କ୍ରସ କଣ୍ଟ୍ରି ରନ- ୫ କିମି ଆୟୋଜିତ

କୋରାପୁଟ ପରବ-୨୦୨୫ ଉପଲକ୍ଷେ କ୍ରସ କଣ୍ଟ୍ରି ରନ- ୫ କିମି ଆୟୋଜିତ

0
WhatsApp Image 2025-12-14 at 12.07.35 PM

କୋରାପୁଟରେ, ବିଏସଏଫ ଏବଂ ଜିଲ୍ଲା ପ୍ରଶାସନ ମିଳିତ ସହଭାଗିତାରେ ପରବ ୨୦୨୫ ଉପଲକ୍ଷେ କୋରାପୁଟ ପୋଲିସ ପଡିଆରେ ରବିବାର ସକାଳ ୬ ଘଣ୍ଟା ସମୟରେ ଆୟୋଜିତ ୫ କିଲୋମିଟରର ଏକ କ୍ରସ-କଣ୍ଟ୍ରି ଦୌଡ଼ ପ୍ରତିଯୋଗିତାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୯୦୦ ଜଣ ପୁଅ ଏବଂ ଝିଅ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମନୋଜ ସତ୍ୟବାନ ମହାଜନ ଏବଂ ପୋଲିସ ଅଧିକ୍ଷକ ଶ୍ରୀ ରୋହିତ ବର୍ମା ,ବିଏସଏଫ ଡି ଆଇ ଜି ସତ୍ୟବାନ ଖାନ ସିଂ ଅତିଥି ଭାବରେ ସାମିଲ ଥିବା ବେଳେ ଏଥିପାଇଁ ସମସ୍ତ ବ୍ୟବସ୍ଥା ବିଏସଏଫ ଦ୍ୱାରା କରାଯାଇଥିଲା।

ଏହି ଦୌଡ଼ରେ ପୁଅ କେଟଗରୀ ଓ ଝିଅ କେଟଗରୀ ବିଜେତାଙ୍କ ସକାଶେ ପଦକ ଏବଂ ପ୍ରମାଣପତ୍ର ସହିତ ପ୍ରଥମ ସ୍ଥାନ ପାଇଁ ପୁରସ୍କାର ରାଶି ₹୧୦,୦୦୦/-, ଦ୍ୱିତୀୟ ସ୍ଥାନ ପାଇଁ ₹ ୮,୦୦୦/- ଏବଂ ତୃତୀୟ ସ୍ଥାନ ପାଇଁ ₹ ୫୦୦୦/- ରଖାଯାଇଥିଲା। ଆଜିର ଏହି ୫ କିମି ଦୌଡ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବିଜେତାଙ୍କ ମଧ୍ୟରେ ପ୍ରଥମ -ଡାଲମଣି ଚିରଗୁନା (ବଲାଙ୍ଗିର),ଦ୍ୱିତୀୟ -ରବି ମୁଦୁଲି (କୋରାପୁଟ) ଏବଂ ତୃତୀୟ ସ୍ଥାନ- ସିଦ୍ଧାର୍ଥ ଗୌତମ ଜେନା (କୋରାପୁଟ) ଅଧିକାର କରିଥିବା ବେଳେ ମହିଳା ବର୍ଗରେ ପ୍ରଥମ – ଦୟାମଣି ହରିଜନ (ଜୟପୁର) ଏବଂ ଧିଲ ରାଣୀ ସାହୁ (ଭୁବନେଶ୍ୱର) , ଦ୍ୱିତୀୟ -ପୂର୍ଣ୍ଣିମା ସାଡିଆଲ (ଭୁବନେଶ୍ୱର) ଏବଂ ତୃତୀୟ ସ୍ଥାନ-ଅଞ୍ଜନା ଗରଡା (ଭୁବନେଶ୍ୱର) ଅଧିକାର କରିଥିଲେ।ଏହି କାର୍ଯ୍ୟକ୍ରମକୁ ଏନସିସି , ଅଗ୍ନିଶମ ବିଭାଗ ଏବଂ ଡାକ୍ତରୀ ଦଳ ସହଯୋଗ କରିଥିଲେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସୂର୍ଯ୍ୟ କାନ୍ତ ବେହେରା, କୋମାଣ୍ଡ ଶ୍ରୀ ରବୀନ୍ଦ୍ର ସିଂ ଭଣ୍ଡାରୀ, କୋମାଣ୍ଡ ୧୦୮ ବାଟାଲିୟନ ଶ୍ରୀ ସଂଜୟ ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଯୋଗ ଦେଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *