December 21, 2024
Home » ସୁବର୍ଣ୍ଣପୁର ଜିଲ୍ଲା ରେ ବେଆଇନ ଗୋରୁ ଚାଲାଣ, ପୁଲିସ ସହାୟତା ରେ ଚାଲିଛି ବେଧଡକ ବେପାର

ସୁବର୍ଣ୍ଣପୁର ଜିଲ୍ଲା ରେ ବେଆଇନ ଗୋରୁ ଚାଲାଣ, ପୁଲିସ ସହାୟତା ରେ ଚାଲିଛି ବେଧଡକ ବେପାର

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଦେଇ ଦୈନିକ ବଡ ବଡ କଣ୍ଟେନର ସାହାର୍ଯ୍ୟ ରେ ବେଆଇନ ଭାବେ ସ୍ଥାନୀୟ ପୁଲିସ ସହାୟତା ରେ ବେଧଡକ ଭାବେ ଗୋରୁ ଚାଲାଣ ଚାଲିଥିବା ବେଳେ ସ୍ଥାନୀୟ ଯୁବକ ମାନେ ଗୋରୁ ଚାଲାଣ ରୋକିବାକୁ ଚେଷ୍ଟା କରି ପୁଲିସ ର ସହାୟତା ମାଗିଲେ ପୁଲିସ ଓଲଟା ଗୋରୁ ଚାଲାଣ କାରୀଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି l ସୂଚନା ଥାଉ କି ଗତ ୨୧ତାରିଖ ଶନିବାର ଦିନ ବିଳମ୍ୱିତ ରାତ୍ରି ସମୟ ରେ ଏକ ଗୋରୁ ଚାଲାଣକାରୀ ଦଳ ଗୋରୁ ନେଇ ସୁବଳୟା ଥାନା ବୀରମହାରାଜପୁର – ଭୁବନେଶ୍ୱର ରାଜ୍ୟ ରାଜପଥ ଗରିଆମୁଣ୍ଡ ଠାରେ ଏକ ବଡ କଣ୍ଟେନର ସାହାଯ୍ୟରେ ଗୋରୁ ବୋଝେଇ କରି ନେବାକୁ ପ୍ରୟାସ କରୁଥିବା ସମୟ ରେ ସ୍ଥାନୀୟ ଯୁବକ ମାନେ ଯାଇ ଗୋରୁ ଚାଲାଣ କୁ ଅଟକାଇବା ସହିତ ବେପାରୀ ଏବଂ ଗୋ ଚାଲାଣ କରୀଙ୍କୁ ଅଟକ ରଖି ସୁବଳୟା ଥାନା କୁ ସୂଚନା ଦେଇଥିଲେ ହେଲେ ସୁବଳୟା ଥାନା ରୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କୌଣସି ସହାୟତା ନ ମିଳିବାରୁ ସ୍ଥାନୀୟ ଯୁବକ ମାନେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଙ୍କୁ ଘଟଣା ବିଷୟ ରେ ଅବଗତ କରିଥିଲେ l ବିଧାୟକ ଜଗଦଲା ତୁରନ୍ତ ସୁବଳୟା ଥାନା, ବୀରମହାରାଜପୁର ଏସ.ଡି.ପି.ଓ ଙ୍କୁ ସୂଚନା ଦେଇଥିଲେ ତା ସହିତ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଏବଂ ରେଢ଼ାଖୋଲ ଥାନା କୁ ସୂଚନା ଦେଇ ଉକ୍ତ ଗୋରୁ ଵୋଝେଇ ଗାଡ଼ି କୁ ଅଟକେଇ ବାକୁ ନିର୍ଦ୍ଦେଶ ଦେଇଥିଲେ l ହେଲେ ଆଶ୍ଚର୍ଯ୍ୟ ର କଥା ସୁବଳୟା ଥାନା ରୁ ୧୦ କି.ମି ଦୂର କୁ ପୁଲିସ ପହଞ୍ଚି ପାରି ନ ଥିବା ବେଳେ ୨୫ କି.ମି.ଦୂର ରେଢ଼ାଖୋଲ ପୁଲିସ ପହଞ୍ଚି ଗୋରୁ ବୋଝେଇ କଣ୍ଟେନର କୁ ଅଟକ ରଖି ଥିବା ବେଳେ ଗୋରୁ ଗୁଡ଼ିକ ଗାରିଆମୁଣ୍ଡ ବିଶିପାଲି ରାସ୍ତା ରେ ଥିବା ଏକ ଯୋର ଦେଇ ଗୋରୁ ଗୁଡ଼ିକ ବେପାରୀ ନେବାକୁ ସକ୍ଷମ ହୋଇଥିଲେ l ଯୁବକ ମାନେ କିଛି ବେପାରୀଙ୍କୁ ଅଟକ ରଖି ପୁଲିସ ହେପାଜତ ରେ ଦେଇଥିବା ବେଳେ ରେଢ଼ାଖୋଲ ଥାନା ରେ ଏବଂ ସୁବଳୟା ଥାନା ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି l ବିଜେଡି ସରକାର ଚାଲିଯାଇ ନୂତନ ସରକାର ହେବାର ୧୦୦ ଦିନ ବିତି ଯାଇଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ବିଜେଡି ସରକାରର ମୋହ ଛାଡି ନ ଥିବା ପରି ମନେ ହେଉଥିବା ସାଧାରଣ ରେ ଆଲୋଚନା ହେଉଛି l ଏଠାରେ ସ୍ଥାନୀୟ ବିଧାୟକ ଙ୍କ କଥା କୁ ପୁଲିସ ମାନୁ ନ ଥିବା ବେଳେ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି ଆଲୋଚନା ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *