December 24, 2025
Home » ୭୨୦ କଫ ସିରଫ ବୋତଲ ସହ ଅଭିଯୁକ୍ତ କୁ ଧରିଲା ପୋଲିସ l

୭୨୦ କଫ ସିରଫ ବୋତଲ ସହ ଅଭିଯୁକ୍ତ କୁ ଧରିଲା ପୋଲିସ l

0
WhatsApp Image 2025-12-23 at 3.03.38 PM

ସୁବର୍ଣ୍ଣପୁର —କଫସିରଫ ନିଶା ରେ କବଳିତ ସୁବର୍ଣ୍ଣପୁର ସହର ର ଯୁବ ଗୋଷ୍ଠୀ। ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୌଣସି ସୂତ୍ର ରୁ ଖବର ପାଇ ହରଡ଼ଖୋଲ ଆଉଟ୍ ପୋଷ୍ଟ ସବ ଇନ୍ସପେକ୍ଟର ରାଜକିଶୋର ବାରିକ ଙ୍କ ସହ ସୋନପୁର ର କିଛି ପୋଲିସ ଏକତ୍ରିତ ହୋଇ ପେଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟର ଯାହାର ନମ୍ବର OD -17 AE 5708 କୁ ଅର୍ଜୁନପୁର -ବୁର୍ଡା ରାସ୍ତା ରେ ଅଟକାଇ ଯାଞ୍ଚ କରିବାରୁ ୭୨୦ ଟି କଫ ସିରପ ବୋତଲ ସହିତ ଅଭିଯୁକ୍ତ ହେମାନନ୍ଦ ବେହେରା କୁ ପୋଲିସ ଧରିବାରେ ସଫଳ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ସୂଚନା ଦେଇଛନ୍ତି। ୨୮ ବର୍ଷୀୟ ଅଭିଯୁକ୍ତ ହେମାନନ୍ଦ ବେହେରା ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ର ପୁସ୍ତମ ବେହେରା ଙ୍କ ପୁଅ ବୋଲି ସୂଚନା ମିଳିଛି। ଏକ ଅଖା ବସ୍ତା ରେ ୭୨୦ ବୋତଲ କଫ ସିରଫ ସହ ଅଭିଯୁକ୍ତ ଙ୍କୁ ସୋନପୁର ଥାନା କେସ ନମ୍ୱର୍ 324/2025 NDPS ଆକ୍ଟ ଆଧାର ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *