ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ୨୦୨୫ ଉଦଘାଟିତ
ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ମଞ୍ଚ ଅଭିନେତା ପ୍ରତାପ କିଶୋର ମୁଣ୍ଡ।
ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବିଶିଷ୍ଟ ମଞ୍ଚ ଅଭିନେତା ପ୍ରତାପ କିଶୋର ମୁଣ୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି ।’ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ଭବାନୀପାଟଣା ଟାଉନ୍ ହଲ୍ ଠାରେ ଆୟୋଜିତ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଶ୍ରୀ ମୁଣ୍ଡ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡ଼. ନିବେଦିତା ନାଥ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକନନ୍ଦ ମହାନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା ଅତିଥି ଭାବେ ଉପସ୍ଥିତ ଥିଲେ।

ସୁଚନା ଯୋଗ୍ୟ ଯେ,ଧର୍ମଗଡ ଠାରେ ମଞ୍ଚ ନାଟକର ପ୍ରଚାର ପ୍ରସାର ପାଇଁ ବିଗତ ୬୦ଦଶକରୁ ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀ ମୁଣ୍ଡ ଙ୍କର ଆଗ୍ରହ ଓ ଉଦ୍ୟମ କ୍ରମେ ନାଟ୍ୟ କଳା ର ଏକ ସୁବର୍ଣ୍ଣ ଯୁଗ ସୃଷ୍ଟି ହୋଇ ପାରିଥିଲା। ତାଙ୍କ ଅଭିନୀତ ନାଟକ ମଧ୍ୟରେ ଚକ୍ରୀ, ଶଙ୍ଖ ମହୁରୀ, କଂସା କବାଟ, ଦୋଳ ମୁକୁଟ, ଉଁଆସି କନ୍ୟା, ଶିକାରୀ, ଆଜି ଓ କାଲି, କାହାର ଛାଇ, ପରିଶୋଧ,ସାଧବୀ, ମାଣିକ ଯୋଡ଼ି, ସ୍ଵର୍ଣ୍ଣ ଚମ୍ପା, ଉଠା ପାଚେରୀ ବେଶ୍ ଜନାଦୃତ ହୋଇ ପାରିଥଲା। ଏହା ବ୍ୟତୀତ ତାଙ୍କ ରଚିତ ମଣି ହରଣ, ଶପଥ ରକ୍ଷା, ସୂର୍ଯ୍ୟାସ୍ତ ର ଶେଷ ରଶ୍ମୀ, ଇତିହାସ ର ଅଶ୍ରୁ ପ୍ରମୁଖ ବେତାର ନାଟକ ଓ ଗୀତିନାଟ୍ୟ ବିଭିନ୍ନ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇ ଜନପ୍ରିୟ ହୋଇଥିଲା।ଶ୍ରୀ ମୁଣ୍ଡ ଏକାଧାରରେ ଜଣେ ପ୍ରସିଦ୍ଧ ନାଟ୍ୟକାର, ଓଜସ୍ୱୀ ବାଗ୍ମୀ, ଆକାଶବାଣୀ ଓ ଦୂରଦର୍ଶନ ର ସୀକୃତି ପ୍ରାପ୍ତ ଗୀତିକାର। ଏହୀ ବର୍ଷୀୟାନ କଳାକାର ତାଙ୍କ ସୃଜନୀ ପ୍ରତିଭା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଏନେଇ ତାଙ୍କୁ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୩ ମସିହାରେ କଳାହାଣ୍ଡି ର ବରପୁତ୍ର ଭାବେ ସମ୍ମାନିତ କରଯାଇଥିଲା।ସୁଚନା ଯୋଗ୍ୟ ଯେ, ଶ୍ରୀ ମୁଣ୍ଡ ମେଧାବୀ ଶିକ୍ଷକ ରୂପେ ୧୯୯୩ ମସିହାରେ ରାଜ୍ୟପାଳ ପୁରସ୍କାର ଲାଭ କରିଥିଲେ। ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ର ସଭାପତି ପ୍ରବୋଧ କୁମାର ରଥ ଓ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଉଦ୍ୟମ କ୍ରମେ ପାଞ୍ଚ ଦିନ ବ୍ୟାପୀ ବହୁଭାଷୀ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
