ଅଦିତି କଲେଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର – – ସୋନପୁର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ସାମ୍ବତ୍ସରିକ ଉତ୍ସବ “ଆତ୍ମବିସ୍ତାର” ମହାଆଡମ୍ବରରେ ପାଳିତ ହୋଇଯାଇଛି। ମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗଦେଇ ଦେଶର ଭବିଷ୍ୟତ ଯୁବକ ମାନଙ୍କ ଉପରେ ନିର୍ଭର କରେ। ଯୁବ ସମାଜରେ ମାନସିକ ପରିବର୍ତ୍ତନ ହେଲେ ଦେଶର ବିରାଟ ପରିବର୍ତ୍ତନ ହେବ। ତା ହେଲେ ଯାଇ ମଣିଷ ସମାଜର ଆତ୍ମବିସ୍ତାର ହୋଇପାରିବ। ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର ତାଙ୍କ ବକ୍ତବ୍ୟରେ ମଣିଷ ଜୀବନ ଏକ ନାଟକ ବୋଲି କହିଥିଲା ବେଳେ ଅନ୍ୟତମ ସମ୍ମାନୀୟା ଅତିଥି ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼. କିରଣ ବାଳା ଦାସ ପ୍ରାଚୀନ ଶିକ୍ଷା ଉପରେ ଗୁରୁତ୍ଵ ଆରୋପ କରିବା ସହିତ ଶ୍ରୀ ଅରବିନ୍ଦ ଙ୍କ ଶିକ୍ଷାକୁ ଅନୁସରଣ ପୂର୍ବକ ଶିକ୍ଷାରେ ଭାରତୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦେବାକୁ କହିଥିଲେ, ନହେଲେ ଛାତ୍ର ଛାତ୍ରୀ ମାନେ ବୀପଥଗାମି ହେବେ ବୋଲି କହିଥିଲେ ମୁଖ୍ୟ ବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ରଖି ଆଗେଇବାକୁ ଉପଦେଶ ଦେବା ସହିତ ପ୍ରତିବନ୍ଧକକୁ ସାମ୍ନା କରିବାକୁ କହିଥିଲେ। ଅନୁଷ୍ଠାନ ର ଚେଆରମ୍ୟାନ ଡ଼ ଜ୍ୟୋତି ରଂଜନ ବହିଦାର ଶିକ୍ଷକ ମାନେ ହିଁ ଛାତ୍ର ମାନଙ୍କର ଆତ୍ମବିଶ୍ବାସ ବଢେଇବା ସହିତ ସେମାନଙ୍କ ପ୍ରଗତିରେ ସହାୟକ ବୋଲି ମତବ୍ୟକ୍ତ କରାଇବା ସହିତ ଶିକ୍ଷକ ହିସାବରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଭଲ ଶିକ୍ଷକ ହେବାକୁ ହେଲେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସଂପାଦକ ନିଶାନ୍ତ କୁମାର ମହାନ୍ତି ମଧ୍ୟ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ସଭାକାର୍ଯ୍ୟ କୁ କଲେଜ ର ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ବନାନୀ ପୁଷ୍ପିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ ରଙ୍ଗା ରଙ୍ଗ ସଂସ୍କୃତିକୁ କାର୍ଯ୍ୟକ୍ରମ ସହିତ ଶ୍ରୀ ଅଶୋକ ବହିଦାରଙ୍କ ରଚିତ ଏବଂ ଡ଼ ଜ୍ୟୋତି ରଂଜନ ବହିଦାରଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ‘ ଘୁଙ୍ଗୁର ‘ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ଛାତ୍ର/ଛାତ୍ରୀ, ଅଭିଭାବକ/ଅଭିଜ୍ଞ ମାନଙ୍କ ସହିତ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମିଡ଼ିଆ ପ୍ରତିନିଧି ଯୋଗ ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
