December 29, 2025
Home » ଭାରତୀୟ ଜାତୀୟ କଂଗ୍ରେସ୍ ପ୍ରତିଷ୍ଠା ଦିବସ ପାଳିତ

ଭାରତୀୟ ଜାତୀୟ କଂଗ୍ରେସ୍ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2025-12-29 at 4.42.14 PM

ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ରବିବାର ଦିନ ଭାରତୀୟ ଜାତୀୟ କଂଗ୍ରେସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରବିବାର ସକାଳେ ନଗର କଂଗ୍ରେସ୍ କାର୍ଯ୍ୟାଳୟରେ ଏହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନଗର କଂଗ୍ରେସ୍ ସଭାପତି କେଦାରନାଥ ବିଶ୍ୱାଳ ଦଳୀୟ ପତାକା ଉୋଳନ କରିଥିଲେ । କଂଗ୍ରେସ୍ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ମଜବୁତ୍ କରିବାକୁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଧୃବଚରଣ ମହାପାତ୍ର, ତ୍ରିନାଥ ମହାନ୍ତି, ସରୋଜ ପ୍ରଧାନ, କୃପାସିନ୍ଧୁ ଦାସ, ଚନ୍ଦ୍ରଶେଖର ମହାପାତ୍ର, ବରିଷ୍ଠ ମହିଳା କଂଗ୍ରେସ୍ ନେତ୍ରୀ ବିନତୀ ପଢିହାରୀ, ଧରିତ୍ରୀ ସାମଲ, ପୁଷ୍ପଲତା ଦାସ, ପ୍ରତିମା ବାରିକ, ନଳିନୀ ରଣସିଂହ, ଜୋଛନା ବାହାଦୂରୁ ପ୍ରମୁଖ ଯୋଗ ଦେଇଥିଲେ ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *