August 22, 2026
Home » ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା -୨୦୨୫ ଉଦଯାପିତ

ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା -୨୦୨୫ ଉଦଯାପିତ

0
1000868094

ନୟାଗଡ଼ ଷ୍ଟାଡିୟମ ଠାରେ ଗତ ୨୪ ତାରିଖ ଠାରୁ ୫ ଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା -୨୦୨୫ ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା ବେଳେ ଖୋର୍ଦ୍ଧାର ପାଇକ ଆଖଡ଼ା ବେଶ୍ ଆକର୍ଷଣୀୟ ହୋଇଥିଲା । ରୁକସୁନାଙ୍କ ମେଲୋଡ଼ି ଗ୍ରୁପ ଯୁବବର୍ଗ ଓ ଦର୍ଶକ ମାନଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା।

ଯୁବକମାନେ ଏହି ମେଲୋଡି କାର୍ଯ୍ୟକ୍ରମରେ ଜବରଦସ୍ତ ଝୁମିଥିବା ଦେଖିବାକୁ ମିଳିଥିଲା।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ନୟାଗଡ଼ ଜିଲ୍ଲାର କଳା ସଂସ୍କୃତିର ଉତ୍କର୍ଷତା ଓ ଜିଲ୍ଲାର ବିକାଶକୁ ସାମଗ୍ରୀକ ଭାବରେ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନିରୁପମା ଖଟେଇ ଅଧ୍ୟକ୍ଷା, ପୌର ପରିଷଦ, ନୟାଗଡ଼, ବିଷ୍ଣୁପ୍ରିୟା ବେହେରା ଉପାଧ୍ଯକ୍ଷା, ଜିଲ୍ଲା ପରିଷଦ ନୟାଗଡ, ନିର୍ମଳା ବେହେରା ଅଧ୍ଯକ୍ଷା, ପଞ୍ଚାୟତ ସମିତି, ରଣପୁର,ପ୍ରଭାତ କୁମାର ଦଳବେହେରା ଉପାଧ୍ଯକ୍ଷ, ପଞ୍ଚାୟତ ସମିତି, ରଣପୁର, ରାମେଶ୍ବର ଶତପଥୀ ଜିଲ୍ଲା ପରିଷଦ ସଭ୍ୟ, ନୟାଗଡ, ରଜନୀ ରାଣୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟ, ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ, ପୌର ପରିଷଦ, ନୟାଗଡ଼, ଲକ୍ଷ୍ମପ୍ରୀୟା ତରେଇ ଜିଲ୍ଲା ପରିଷଦ ସଭ୍ୟା ଓ ରଙ୍ଗୀନ ମହାନ୍ତି ,ଅଧ୍ୟକ୍ଷା ରଣପୁର ପ୍ରମୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାନତା ଉପରେ ଆଲୋକପାତ କରିଥିଲେ।

ଶେଷ ଦିନରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।ଖାଦ୍ୟ ଷ୍ଟଲରେ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲାବେଳେ, ସମ୍ବଲପୁରୀ ବସ୍ତ୍ରାଳୟର ଷ୍ଟଲ ଓ ଓରମାସ ପ୍ରାୟୋଜିତ ଷ୍ଟଲ୍ ଗୁଡ଼ିକରେ ଉପରେ ଭିଡ କିଛି କମ୍ ନଥିଲା ।ଆସନ୍ତା ୩୧ ତାରିଖରେ ମୁକ୍ତିଲାଭ କରିବାକୁଥିବା “ଲଢେଇ” ମୁଭି ଚଳଚିତ୍ରର ହିରୋ, ହିରୋଇନ ଲୋହିତାକ୍ଷ,ଅଭିଲିପ୍ସା ଓ ଅଭିନେତା ମାନେ ମଞ୍ଚରେ ନିଜର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ ।ଏହି ମୁଭିର ପ୍ରଯୋଜକ ନୟାଗଡର ଦେବାଶିଷ ପଟ୍ଟନାୟକ । ନିର୍ଦ୍ଦେଶକ ଅଛନ୍ତି ଅଶୋକ ପତି ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପ୍ରତ୍ୟେକ୍ଷ ଭାବରେ ସକ୍ରିୟତାର ସହିତ ତାଙ୍କର ଟିମ ଓ ଜିଲ୍ଲା ପ୍ରଶାସନ ସହାୟତାରେ ମହୋତ୍ସବକୁ ସରସ ସୁନ୍ଦର କରି ସଫଳ କରିଥିବାରୁ ଜନସାଧାରଣଙ୍କ ଆଗରେ ଧନ୍ୟବାଦର ପାତ୍ର ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।