February 5, 2025
Home » ଚୌକlମାଲ ରେ ଯୁବକ ଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଚୌକlମାଲ ରେ ଯୁବକ ଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଚୌକlମାଲ ଛକ ଠାରେ ଗତ ମଙ୍ଗଳବାର ଦିନ ଧାରୁଆ ଅସ୍ତ୍ର ଆକ୍ରମଣ ରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ରେ ଗତକାଲି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଲଛିପୁର ଥାନା ଚୌକlମାଲ ଗ୍ରାମର ଶିବ ବରିହା (40)କୁ ଗ୍ରାମର ବିଶ୍ଵ ମହାନନ୍ଦ (23 )ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲl l ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ନେଇଥିଲେ l ଡ଼ାକ୍ତର ଶିବ ଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ l ଏ ନେଇ ଗତ 27 ତାରିଖ ବୁଧବାର ଦିନ ମୃତ ଶିବ ର ଭଉଣୀ ବେଲମତି ଲଛିପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ଗତକାଲି ଅଭିଯୁକ୍ତ ବିଶ୍ଵ ମହାନନ୍ଦ କୁ ତାର ଶ୍ବଶୁର ଘର ସୋନପୁର ବ୍ଲକ୍ ଚହଟାଖୋଲ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୋନପୁର ବିଚାର ବିଭାଗୀୟ ହାଜତ କୁ ପଠାଇଥିବା ଥାନା ଅଧିକାରୀ ରଞ୍ଜିତ ସାହୁ ସୁଚନା ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *