August 22, 2026
Home » ମୋହନ ସରକାର ଗାଡ଼ିମାଲିକଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି- ଯୁବ କଂଗ୍ରେସ

ମୋହନ ସରକାର ଗାଡ଼ିମାଲିକଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି- ଯୁବ କଂଗ୍ରେସ

0
WhatsApp Image 2025-12-30 at 6.14.38 PM (1)

ଭୁବନେଶ୍ୱର ତା. ୩୦.୧୨- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ମୋହନ ସରକାର ଗାଡ଼ି ମାଲିକଙ୍କ ଠାରୁ ଜିଜିଆକର ଆଦାୟ କରୁଛନ୍ତି । ଏକକୋଟି ୧୩ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର କମ୍ପାନୀକୁ ଲଗାଇ ରକ୍ତ ଶୋଷଣ କଲାଭଳି ବିଜୁଳି ବିଲ ଦେୟ ଆଦାୟ କରୁଛନ୍ତି । ସେତିକିରେ ତାଙ୍କର ନୃସଂସତା ସୀମିତ ହୋଇଯାଇ ନାହିଁ । ଏବେ ପ୍ରଦ୍ୟୁଷଣ ସାର୍ଟିଫିକେଟ ନାମରେ ଦୁଇ ଚକିଆ, ଚାରି ଚକିଆ ଏବଂ ସମସ୍ତ ଯାନର ମାଲିକଙ୍କ ଠାରୁ ମଶାଭଳି ରକ୍ତ ଶୋଷଣ କରୁଛନ୍ତି । ପ୍ରଦ୍ୟୁଷଣ ସାର୍ଟିଫିକେଟ ନାମରେ ବିଭିନ୍ନ ଗାଡ଼ି ଉପରେ ଥିବା ମାତ୍ରାଧିକ ଫାଇନ ଦେବାକୁ ବାଧ୍ୟ କରାଯାଉଛି । ଲୋକଙ୍କୁ ସଚେତନ କରାନଯାଇ ମନଇଛା ଫାଇନ ଲାଗୁ କରାଯାଇଛି । ଏପଟେ କୁହାଯାଉଛି ଯେ ଯଦି ଫାଇନ ନଦେବ ତେବେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଦିଆଯିବ ନାହିଁ । ପୁଣି କୁହାଯାଉଛି ଯେ ଯଦି ପ୍ରଦ୍ୟୁଷଣ ସାର୍ଟିଫିକେଟ ନଥିବ ତେବେ ପେଟ୍ରୋଲ ଟାଙ୍କିରେ ତେଲ ମଧ୍ୟ ମିଳିବ ନାହିଁ ।

ତେଣୁ ଏହା ଏକ ଜନହିିତୈଷୀ ସରକାର ନା ଜନବିରୋଧି ସରକାର? ଯାହାର ଗାଡ଼ିର ମୂଲ୍ୟ ୨୦ ହଜାର ଟଙ୍କା ତାହା ଉପରେ ଫାଇନ ୨୫ ହଜାର ଟଙ୍କା କରାଯାଉଛି । ଯାହା ଫଳରେ ଗାଡ଼ି ମାଲିକ ତାହା ଗାଡ଼ି ଆଉ ଚଲାଇବା ପାଇଁ ସକ୍ଷମ ହୋଇପାରିବ ନାହିଁ । ଲୋକଙ୍କୁ ହଇରାଣ ହରକତ କରି ଫାଇନ ଆଦାୟ କରିବାକୁ ବରଦାସ୍ତ କରାଯିବ ନାହିଁ । ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁରେ ଗାଡ଼ି ଉପରେ ଥିବା ଫାଇନ ଏକ ପ୍ରସଙ୍ଗ ନହେଉ । ସମସ୍ତଙ୍କ ଗାଡ଼ି ପରୀକ୍ଷା କରି ଏକ ସୁଲଭ ମୂଲ୍ୟରେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁ କରିବାପାଇଁ ଯୁବ କଂଗ୍ରେସ ଦାବି କରିଛି । ଯଦି ସରକାର ଗାଡ଼ି ଉପରେ ଥିବା ଫାଇନ ପୂରଣ କରିବାପରେ ପ୍ରଦ୍ୟୁଷଣ ସାର୍ଟିଫିକେଟ ଇସ୍ୟୁ କରିବାର ନିଷ୍ପତ୍ତିରେ ଅଟଳ ରୁହନ୍ତି ତେବେ ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ । ସରକାର ତାଙ୍କ ନିଷ୍ପତ୍ତିରେ ପୁର୍ନବିଚାର କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ୱାଳ, ୟାସିର ନୱାଜ, ଜାଭେଦ ଅକତର ଓ କେଦାର ଦଳାଇ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।