August 22, 2026
Home » ଜନତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଜୋରଦାର ହେବ

ଜନତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଜୋରଦାର ହେବ

0
WhatsApp Image 2025-12-30 at 12.13.53 PM

ସାତଟି ପ୍ରସଙ୍ଗ ନେଇ ଗାନ୍ଧୀମାର୍ଗରେ ବିକ୍ଷୋଭ ହେବ

ଭୁବନେଶ୍ୱର : ବାଟା ପାୱାର କମ୍ପାନୀ ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲସାଇବା ଫଳରେ ଗ୍ରାହକମାନେ ବ୍ୟାପକ ହଇରାଣ ଭୋଗୁଛନ୍ତି । ରାଜ୍ୟ ସରକାର ନୀରବ ଦର୍ଶକ ହୋଇ କର୍ପୋରେଟ୍ ସ୍ୱାର୍ଥକୁ ସାଧାରଣ ଲୋକଙ୍କ ଟିକସରେ ସୁରକ୍ଷା ଦେଉଛନ୍ତି ।ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଇଁ ୩୭୫ କୋଟି ଟଙ୍କା ଵିନିଯୋଗ କରିବେ । ଗ୍ରାହକମାନେ ଟଙ୍କା ପ୍ରଦାନ କରିବା ପାଇଁ ବୋଝ ଭାବି ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇନାହିଁ । ନୀତିଗତ ଭାବେ ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇଛି । ସରକାର ଯଦି ସ୍ମାର୍ଟ ମିଟର ବାବଦରେ କମ୍ପାନୀର ସ୍ୱାର୍ଥ ପାଇଁ ଗ୍ରାହକମାନଙ୍କୁ ସଂଗଠିତ ଭାବେ ଆଧୁନିକ ଉପାୟରେ ଶୋଷଣ କରିବା ନିମନ୍ତେ ଅନୁମୋଦନ କରୁଛନ୍ତି, ତେବେ ବିଦ୍ୟୁତ୍ କ୍ଷେତ୍ରରେ ଘରୋଇ (Domestic) ଗ୍ରାହକମାନଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ଦେବାରେ ଅସୁବିଧା କେଉଁଠି ? ଏବଂ କୃଷି କ୍ଷେତ୍ର ପାଇଁ ବିଦ୍ୟୁତ୍ ସଂପୂର୍ଣ ରିହାତି ପ୍ରଦାନ ପାଇଁ ଅସୁବିଧା କେଉଁଠି ? ସରକାର ଲୋକଙ୍କର ନା ଟାଟା କମ୍ପାନୀର ? ଟାଟା କମ୍ପାନୀର ଦଲାଲି ନୀତି ବନ୍ଦ କରିବା, ସ୍ମାର୍ଟ ମିଟର ସଂଯୋଗ ବାତିଲ କରିବା ଏବଂ ଅତିଶିକ୍ତ ଅମାନତ/ସୁରକ୍ଷା ଜମା ଅର୍ଥ ପ୍ରଦାନ ନୋଟିସ୍ ବାତିଲ କରିବା ପାଇଁ ସିପିଏମ ଦାବି କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି. ଏଥିସହ ବିଧାୟକମାନଙ୍କ ଦରମା, ପେନ୍‌ସନ୍ ଏବଂ ଭତ୍ତା ବୃଦ୍ଧିର ଜନବିରୋଧୀ ନିଷ୍କତିକୁ ପ୍ରତ୍ୟାହାର କରିବା, ଧାନ କୁପନ ବଣ୍ଟନରେ ବିଶୃଙ୍ଖଳା ଓ କୃଷକମାନଙ୍କ ମଣ୍ଡିରେ ଦୁର୍ଦ୍ଦଶା,ମହିଳା ଓ ନାବାଳିକାମାନଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ବଢ଼ୁଥିବା ଆକ୍ରମଣ, କିସରେରେ ଆଦିବାସୀ ଛାତ୍ରଙ୍କୁ ହତ୍ୟା ଓ ପ୍ରଦୂଷଣ ପ୍ରମାଣପତ୍ର (PUC) ସମସ୍ୟାକୁ ନେଇ ଆସନ୍ତା 9ତାରିଖରେ ପାର୍ଟି ପକ୍ଷରୁ ଗାନ୍ଧୀମାର୍ଗ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିକ୍ଷୋଭ ଓ ଆନ୍ଦୋଳନ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ. ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ପୂର୍ବତନ ସମ୍ପାଦକ ଜନାର୍ଦ୍ଧନ ପତି, ଅଳି କିଶୋର ପଟ୍ଟନାୟକଙ୍କ ସହ ବଦ୍ରି ନାରୟଣ ଦାଶ ଓ ନାରୀନେତ୍ରୀ ପୁଷ୍ପା ଦାଶ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।