February 8, 2026
Home » ଦୁଇଦିନିଆ ରାୟଗଡ଼ା ଜିଲ୍ଲାସ୍ତରୀୟ ଓ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ

ଦୁଇଦିନିଆ ରାୟଗଡ଼ା ଜିଲ୍ଲାସ୍ତରୀୟ ଓ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ

0
WhatsApp Image 2026-01-03 at 9.34.41 PM

ରାୟଗଡ଼ା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ସ୍ଥାନୀୟ ଜି.ସି.ଡ଼ି. ହାଇସ୍କୁଲ ପଡ଼ିଆ, ରାୟଗଡ଼ ଠାରେ ତା. ୦୩ ଓ ୦୪ ଜାନୁୟାରୀ, ୨୦୨୬ ଦୁଇ ଦିନିଆ କାର୍ଯ୍ୟକ୍ରମଟି ରାୟଗଡ଼ା ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ପରିଚାଳନା କମିଟି ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ ଭା.ପ୍ର.ସେ ଅଧ୍ୟକ୍ଷତାର ସହ ମୁଖ୍ୟ ଅତିଥି ରାୟଗଡ଼ା ବିଧାୟକ ଆପ୍ପାଲୁ ସ୍ବାମୀ କାଡ୍ରାକା ଦ୍ଵାରା ନାଲି ଫିତା କାଟି ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ କରିଥିଲେ। ଏହି ଅବସରରେ ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର” ସ୍ଲୋଗାନ୍ ପ୍ରଦାନରେ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ।
ବିଧାୟକ ଆପlଲ ସ୍ୱାମୀ କାଡ୍ରାକା ଚାଷୀଙ୍କ ସଂଘର୍ଷ ଓ ଗୁରୁତ୍ୱ ଉପରେ ଆଲୋକପାତ କରି “ଚାଷୀ ମlନେ ଖlଦ୍ୟ ଯୋଗାଇବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ” ବୋଲି ସମ୍ଭାଷିତ କହିଲେ ଯେ ‘ଜୟ ଯବାନ୍, ଜୟ କିଷାନ୍’ ନାରା ଦେଇ ଘରୋଇ ପଶୁମାନଙ୍କ ପ୍ରତି ଗୁରୁତ୍ୱ ଦେଇଥିଲେ। “ଯୌତୁକ ରେ ଗାଇ, ଛେଲି ଦୋଉଥିଲୁ” କହି ଦେଶୀ ଗାଇକୁ ‘ଗୋମାତା’ ବୋଲି ଉଲ୍ଲେଖ କରି ପ୍ରଶାସନିକ ପ୍ରାୟୋଗିକ ଯୋଜନା ପରିଚାଳନାରେ ଆହ୍ୱାନ ଜଣାଇଥିଲେ। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ସମ୍ବନ୍ଧରେ ଆଲୋଚନା କରିବା ସହ ପ୍ରାଣୀ ପାଳକ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ପ୍ରଦାନ କରିଥିଲେ।

ବୈଜ୍ଞାନିକ ଡ଼. ଦେବେନ୍ଦ୍ରନାଥ ବିଶ୍ୱାଳ ଗୋ-ପାଳନରୁ ଲାଭ ଉପରେ ନିଜର ବକ୍ତବ୍ୟ ଦେବା ସହିତ ବିଶେଷଜ୍ଞମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ। ସିଭିଡିଓ ଡ଼. ମୃଣ୍ମୟ କୁମାର ପଣ୍ଡା, ଭବାନୀପାଟଣା ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଜିତେନ୍ଦ୍ର ବେହେରା ଓ ଜିଲ୍ଲା ମତ୍ସ୍ଯ ଅଧିକାରୀ ସୁଶାନ୍ତ ଗୌଡ଼ ରାୟଗଡ଼ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ସମ୍ବନ୍ଧରେ ଆଲୋଚନା କରିବା ସହ ପ୍ରାଣୀ ପାଳକ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ବିଭିନ୍ନ ଯୋଜନା ଓ ବୀମା ସୁବିଧା ବିଷୟରେ ଆଲୋକପାତ କରିଥିଲେ। ଚାଷୀଙ୍କୁ ବିଶେଷଜ୍ଞମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ। ରାମନଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଓ ରାୟଗଡ଼ା ଅଧ୍ୟକ୍ଷ ଟୁନି ହୁଇକା ଆର୍ଗାନିକ୍ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରସନ୍ତ କୁଲେଶିକା, ପଦ୍ମବତୀ ମଣ୍ଡlଙ୍ଗି, ସନ୍ଧ୍ୟାରାଣୀ ପୁଆଲା ଜୈବିକ ପଦ୍ଧତିର ଚାଷ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ କୃଷିର ଉନ୍ନତି କ୍ଷେତ୍ରରେ ଉପଯୁକ୍ତ ଭାବେ ବିନିଯୋଗ କରିବାକୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ପ୍ରାଣୀ ପାଳକ ଓ ମତ୍ସ୍ୟଚାଷୀ ଭାଇଭଉଣୀଙ୍କୁ କହି ଉତ୍ସାହିତ କରିଥିଲେ। ବିଭିନ୍ନ ଯୋଜନାରେ ଆବେଦନ କରିବାକୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏଡିଏମ୍ (ଜେନେରାଲ୍) ନବୀନ ଚନ୍ଦ୍ର ନାୟକ ପ୍ରଶାସନିକ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ସହ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ବିଶ୍ୱନାଥ ମିନିଆକା, ନିର୍ମଳା ମୁଟିକା, ପି. ଆପଳା ନାୟିଡୁ, ବିଜୟ ମିନିଆକା ୪ ଜଣ ସଫଳ ଚାଷୀଙ୍କୁ ୫,୦୦୦ ଟଙ୍କାର ଚେକ ସହ ସର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ୍ କାର୍ଯ୍ୟରେ ପ୍ରକାଶ ଚନ୍ଦ୍ର ମୁଡୁଲି ଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି ମେଳାରେ ମତ୍ସ୍ୟ, ପ୍ରାଣୀ ସଂପଦ ଓ ଅନ୍ୟାନ୍ୟବିଭାଗୀୟ କାର୍ଯ୍ୟକ୍ରମର ୨୬ ଟି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *