February 8, 2026
Home » କୋରାପୁଟ ଜିଲ୍ଲାପାଳଙ୍କ ଜୟପୁର ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ

କୋରାପୁଟ ଜିଲ୍ଲାପାଳଙ୍କ ଜୟପୁର ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ

0
WhatsApp Image 2026-01-03 at 10.14.21 PM

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଶନିବାର ଦିନ ଜୟପୁର ବ୍ଲକରେ ଥିବା ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ । ଏହି ଗସ୍ତ ଅବସରରେ ଆଜି ଗଡପଦର ସ୍ଥିତ ପର୍ଯ୍ୟଟନ ସ୍ଥଳ, ମିଶନ ଶକ୍ତି ଗୃହ, କାଳିଆଗାଁ ସ୍ଥିତ ଗ୍ରାମୀଣ ହାଟ ଓ ବଜାର କମ୍ପ୍ଲେକ୍ସ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ( ନୂଆ ଓ ପୁରୁଣା), ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ଫାମ୍ପୁଣୀ ସ୍ଥିତ ଜିପିଏଲଏଫ ସୁଭଦ୍ରା ଶକ୍ତି କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଏଥିସହ ଜୟପୁର ପୌରପାଳିକା ଅଧୀନରେ କୋରାପୁଟ କଫିର ନୂତନ ଷ୍ଟଲ ସ୍ଥାପନ ନିମନ୍ତେ ଆକଳନ ପ୍ରସ୍ତୁତି ଓ ନୀଳକଣ୍ଠ ସାଗର ପରିଦର୍ଶନ କରି ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସମାପନ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଉକ୍ତ ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ସହ ଜୟପୁର ଉପ ଜିଲ୍ଲାପାଳ,ଜୟପୁର ବିଡ଼ିଓ, ଏଇଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *