ପୁରୀ ଜିଲ୍ଲା ରେ ଆମ ବସ ର ଯାଞ୍ଚ
ପୁରୀ ୪/୧ ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀପାଟପୁର ଛକ ଠାରେ ଆମ ବସ ଗୁଡିକ ର ଯାଞ୍ଚ କରାଯାଇଥିଲା।ଗାଡି ଗୁଡିକ ର କାଗଜ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ଇତ୍ୟାଦି ଠିକ ଅଛି ନା ନାହିଁ।ଡ୍ରାଇଭିଂ ସମୟରେ ଡ୍ରାଇଭର ମାଦକ ଦ୍ରବ୍ଯ ସେବନ କରିଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା।ଗାଡି ଗୁଡିକର ସମସ୍ତ କାଗଜପତ୍ର ଠିକ ଥିବା ଓ କୌଣସି ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରି ନ ଥିବାର ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା ସୂଚନା ଦେଇଛନ୍ତି।ଇନିସପେକ୍ଟର ଏମଭିଆଇ ବିଭୂତି ରଞ୍ଜନ ନାୟକ ଓ ଜୁନିୟର ଏମଭିଆଇ ଦମୟନ୍ତୀ ମାହାଲି ଯାଞ୍ଚ ରେ ସାମିଲ ଥିଲେ।
