ପାମ୍ ଅଏଲ୍ କମ୍ପାନୀଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ଉତ୍ସାହୀ ପାମ୍ ଅଏଲ୍ କମ୍ପାନୀଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ। ରାଜ୍ୟରେ ପାମ୍ ଅଏଲ୍ ଚାଷ ତଥା ତୈଳ ନିଷ୍କାସନ ୟୁନିଟ ସ୍ଥାପନ ନେଇ ନିଜର ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ୟୁନିଟ ସ୍ଥାପନ ନିମନ୍ତେ ଆବଶ୍ୟକୀୟ ସହଯୋଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏହି ସାକ୍ଷାତ ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ପ୍ରମୁଖ ଉପସ୍ଥିତ ଥିଲେ।
