February 5, 2026
Home » ପିପିଳିଆ ଲକ୍ଷ୍ମୀନାରାୟଣ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା

ପିପିଳିଆ ଲକ୍ଷ୍ମୀନାରାୟଣ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା

0
WhatsApp Image 2026-01-09 at 10.08.31 PM

କେନ୍ଦୁଝର: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଠାରେ ଥିବା ଲକ୍ଷ୍ମୀନାରାୟଣ ଡିଗ୍ରୀ କଲେଜର ୨୫ତମ ବାର୍ଷିକ କ୍ରୀଡାର ଶୁଭ ଉଦଘାଟନୀ ହୋଇଯାଇଛି। ଆଜି ସ୍ଥାନୀୟ ଖେଳ ପଡିଆରେ ଉଦଘାଟନୀ ଉତ୍ସବର ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ପିପିଳିଆ ସରପଞ୍ଚ ଗୋଲାପ ନାୟକ, ମୁଖ୍ୟବକ୍ତା ଭାବେ ଢେଙ୍କିକୋଟର ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ନିତାଇଗୌର ହାଇସ୍କୁଲର ଖେଳ ଶିକ୍ଷକ ପ୍ରବୀର କୁମାର ଦେହୁରୀ ଯୋଗଦାନ କରିଥିଲେ। କଲେଜର ଅଧ୍ୟକ୍ଷ ଦୈତାରୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳକୁ ପରିଚାଳନା କରିଥିଲେ ପଙ୍କଜ କୁମାର ଶତପଥୀ। ଖେଳରେ ସହଯୋଗ କରିଥିଲେ ଅଧ୍ୟାପକ ମନୋରଞ୍ଜନ ପଲେଇ,ତପନ କୁମାର ମହାନ୍ତ,ବିଷ୍ନୁ ଚରଣ ସାମଲ,ରୁଦ୍ରନାରାୟଣ ମହାନ୍ତ, ସନ୍ତୋଷ ନାରାୟଣ। ସେହିପରି ଅଧ୍ୟାପିକା ମାନଙ୍କ ମଧ୍ୟରେ ଚନ୍ଦ୍ରିକା ମହାନ୍ତ,ରଶ୍ମିତା ସାହୁ ଓ ସ୍ମରଣିକା ବାରିକ ସହଯୋଗ କରିଥିଲେ। ଖେଳ ଗୁଡିକ ମଧ୍ୟରେ ୧୦୦ମି ରେସ୍, ୨୦୦ମି ରେସ୍, ୪୦୦ମି ରେସ୍, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟ୍ ଫୁଟ, ଡିସ୍କସ, ଓ ଜାଭେଲିନ ଥ୍ରୋ ଅନ୍ତର୍ଭୁକ୍ତ। ଖେଳରେ ଡିଗ୍ରୀ କଲେଜର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ଶିକ୍ଷା ଓ ଖେଳ କିପରି ଅଙ୍ଗାଙ୍ଗୀ ଭାବେ ଜଡିତ ଓ ଖେଳର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। କଲେଜର ରଞ୍ଜନ ବେହେରା,ଲକ୍ଷ୍ମୀଧର ମହାନ୍ତ ,ଅମିତ୍ ପଲେଇ,ପବିତ୍ର ମହାନ୍ତ ପଡିଆ ସାଜ୍ଜସଜ୍ଜା ଉପରେ ଗୁରୁତ୍ଵ ଦେଇଥିଲେ।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *