February 8, 2026
Home » ବିକଟାଳ ଶବ୍ଦ କରୁଥିବା ୨୨ଟି ବୁଲେଟ ଜବତ କଲା ଜୟପୁର ପୋଲିସ

ବିକଟାଳ ଶବ୍ଦ କରୁଥିବା ୨୨ଟି ବୁଲେଟ ଜବତ କଲା ଜୟପୁର ପୋଲିସ

0
WhatsApp Image 2026-01-12 at 2.30.13 PM

ଜୟପୁର ସହରରେ ଦୀର୍ଘ ଦିନରୁ ରୟାଲ ଏନ୍ଫିଲ୍ଡ ବୁଲେଟର ସାଇଲେନ୍ସର ପରିବର୍ତ୍ତନ କରି ବିକଟାଳ ଶବ୍ଦ କରି ବୁଲୁଥିବା ୨୨ଟି ବୁଲେଟଗୁଡ଼ିକୁ ରବିବାର ଦିନ ଜବତ କଲା ଜୟପୁର ପୋଲିସ। ଜବତ କରିବା ପରେ ପୋଲିସ ସମସ୍ତ ବୁଳେଟର ସାଇଲେନ୍ସରଗୁଡ଼ିକୁ ହଟାଇଦେଇଛି। ଉକ୍ତ ଜବତ ବୁଲେଟରେ ପରିବର୍ତ୍ତନ କରାଯାଇଥିବା ସାଇଲେନ୍ସରଗୁଡ଼ିକ ବିକଟାଳ ଶବ୍ଦ ଯୋଗୁଁ ପ୍ରଦୂଷଣ ସୃଷ୍ଟି କରିବା ସହ ସହରର ଜନସାଧାରଣ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଅସୁବିଧା ସୃଷ୍ଟି କରୁଥିଲା।

ଜୟପୁର ଟାଉନ୍ ପୋଲିସ ସହରର ବିଭିନ୍ନ ରାସ୍ତା, ମୁଖ୍ୟ ରାସ୍ତା ଏବଂ ପାର୍ଶ୍ୱ ଲେନରେ ପରିବର୍ତ୍ତନ କରାଯାଇଥିବା ୨୨ଟି ବୁଲେଟଗୁଡ଼ିକୁ ଜବତ କରି ବୁଲେଟ୍ ମୋଟରସାଇକେଲର ଚାଳକମାନଙ୍କୁ ଥାନାରେ ଅଟକାଇ ଜରିମାନା କରିଥିଲା।

ସମସ୍ତ ୨୨ଟି ବୁଲେଟଗୁଡ଼ିକୁ ଜବତ କରି ମୋଟରସାଇକେଲରୁ ପରିବର୍ତ୍ତନ କରାଯାଇଥିବା ସାଇଲେନ୍ସରଗୁଡ଼ିକୁ ହଟାଇ ଦେଇ ରଲର ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିବା ନେଇ ଜୟପୁର ଟାଉନ୍ ପୋଲିସ ଥାନାର ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ ଆଗାମୀ ଦିନରେ ଏପରି ପରିବର୍ତ୍ତିତ ସାଇଲେନ୍ସର ବ୍ୟବହାର କରୁଥିବା ବେପରୁଆ ବୁଲେଟ ଚଳକଙ୍କୁ ସାବାଡ କରାଯିବ ସହ ସାଇଲେନ୍ସର ପରିବର୍ତ୍ତିତ ବିରୁଦ୍ଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *