February 5, 2026
Home » ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବିଏମ୍ ସିର ମ୍ପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ

ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବିଏମ୍ ସିର ମ୍ପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ

0
WhatsApp Image 2026-01-14 at 10.11.57 PM

 

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅଚଂଳରେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି)ପ୍ଲାଣ୍ଟ । ଏ ନେଇ କାର୍ଯ୍ୟ ଜୋରଦାର ଚାରିଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଊାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସିବିଜି ପ୍ଲାଣ୍ଟ ସାଇଡ୍ ବୁଲି ଦେଖିଛନ୍ତି । ଶ୍ରୀମତୀ ପାଢୀଙ୍କର ଏହି କ୍ଷେତ୍ର ପରିଦର୍ଶନ ସମୟରେ ବିଏମ୍ ସିର ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ଅଏଲ୍ ଇଣ୍ଡିଆର ଅଧିକାରୀ ଓ ପ୍ଲାଣ୍ଟ ନିର୍ମାଣକାରୀ ସଂସ୍ଥାର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସିବିଜି ପ୍ଲାଣ୍ଟର ବିଭିନ୍ନ ଅଂଚଳ ବୁଲି ଦେଖିବା ସହ ନକ୍ସା ଓ ପ୍ଲାନିଂ ତଦାରଖ କରିଥିଲେ । ତେବେ ପରିବେଶର ସୁରକ୍ଷା, ସବୁଜ ବଳୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀମତୀ ପାଢୀ । ଯାନ ବାହନ ଚଳାଚଳ ଏବଂ ଓଦା ବର୍ଜ୍ୟ ଅନଲୋଡିଂ, ତାର ସଂରକ୍ଷଣ, ପ୍ରକ୍ରିୟାକରଣ ଆଦି ସଂପର୍କରେ ପଚାରି ବୁଝିଥିଲେ । ଏହା ବ୍ୟତୀତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଏଲ୍ ଇଣ୍ଡିଆ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଓଦା ତଥା ଜୈବିକ ବର୍ଜ୍ୟରୁ କିପରି ବାୟୋ ଗ୍ୟାସ୍ ସହ ଉନ୍ନତମାନର ଖତ ମଧ୍ୟ ଉତ୍ପାଦନ କରାଯିବ ସେ ସଂପର୍କରେ ଉପସ୍ଥିତ ଅଏଲ ଇଣ୍ଡିଆର ଅଧିକାରୀମାନେ ଅବଗତ କରାଇଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଓଦା ବର୍ଜ୍ୟରୁ ବାୟୋ ଗ୍ୟାସ୍ ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ମଧ୍ୟରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ତଦନୁଯାୟୀ ଅଏଲ ଇଣ୍ଡିଆ ଦେନିକ 3 ଶହ ମେଟ୍ରିକ୍ ଟନ୍ ଓଦା ବର୍ଜୟ ପ୍କ୍ରିୟାକରଣ କରି ସେଥିରୁ ବାୟୋଗ୍ୟାସ୍ ଓ ଉଚ୍ଚଗୁଣମାନର ଖତ ଉତ୍ପାଦନ କରିବ . ଏହା ଦ୍ୱାରା ବିଏଣ୍ ସିର ବର୍ଜ୍ୟ ପରିଚାନା ସହଜ ହେବା ସହ ସିବିଜି ପ୍ଲାଣ୍ଟରରୁ ୁଦ୍ପାଦିତ ଗ୍ୟାସ୍ ଓ ଖଥ ଳଓଖଣଆଙ୍କ ସେବାରେ ଲାଗିପାରିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ଅପରପକ୍ଷେ ବିଏମ୍ ସିର ବିଭିନ୍ନ ସ୍ଥାନରେ ଚାଲୁ ରହିଥିବା ଏସିସି ଓ ଏମ୍ଆରଏଫରୁ ମଧ୍ୟ କାର୍ଯ୍ୟଭାର ହ୍ରାସ ପାଇବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *