February 5, 2026
Home » ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ:

ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ:

0
WhatsApp Image 2026-01-16 at 11.46.42 PM

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ସାଧାରଣତଃ ଏକ ଶିକ୍ଷା ଅନୁଷ୍ଠାନ ଅର୍ଥାତ୍ ଏକ ବିଦ୍ୟାଳୟରେ ବିନା କୌଣସି ଜାତି,ଧାର୍ମିକ ଭେଦ ଭାବରେ ବିଦ୍ୟାର୍ଥିଙ୍କୁ ଉତ୍ତମ ସଂସ୍କାର ସହ ଉଚିତ ଶିକ୍ଷା ଗୁରୁଜନଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ ଯାହା କି ଏକ ଉତ୍ତମ ମଣିଷ ଗଢିବାର କାରଖାନା କହିଲେ ଅତ୍ୟୁକ୍ତି ହେବ ନାହିଁ। । କିନ୍ତୁ ଏବେ ଏହା ମଧ୍ୟ ଦେଖାଯାଇଛି ଯେ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ଅନୁଷ୍ଠାନ ପରିସରରେ ଥିବା ଗଣେଶ,ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ଜାଣିଶୁଣି ଭାଙ୍ଗିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ଧାର୍ମିକ ଭେଦଭାବ ସୃଷ୍ଟି କରୁଥିବା ସହ ଏକ ଆଲୋଡନ ସୃଷ୍ଟି କରିଛି ଯାହାକି ଜିଲ୍ଲାରେ ଶିକ୍ଷକଙ୍କ ଉକ୍ତ ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ଓ ବୁଦ୍ଧିଜୀବୀ ମହଲରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଏପରି ଏକ ଦୁର୍ଭାଗ୍ୟର ଦୃଶ୍ୟ ଆମ୍ବଦଳା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏପରି ଘଟିଥିବା ଘଟଣାଟି ଦେଖିବାକୁ ମିଳିଛି । ଏନେଇ ରାୟଗଡା ଜିଲ୍ଲାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କର ଦାବି ଯେ ଜାନୁଆରୀ ୧୫, ୨୦୨୬ ତାରିଖରେ ବିଦ୍ୟାଳୟ ପରିସରରେ ଥିବା ଭଗବାନ ଗଣେଶ ଏବଂ ଦେବୀ ସରସ୍ୱତୀଙ୍କ ମୂର୍ତ୍ତିକୁ ଉକ୍ତ ସରକାରୀ ସ୍କୁଲ ଶିକ୍ଷକ ଜାଣିଶୁଣି ଭାଙ୍ଗି ଦେଇଥିଲେ, ଯାହା ସ୍ଥାନୀୟ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚିଛି । ସେମାନେ ଏହା ମଧ୍ୟ ଅଭିଯୋଗ ଉଲ୍ଲେଖ କରିଛନ୍ତି ଯେ ବିଦ୍ୟାର୍ଥୀଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ ଚାପ ଦିଆଯାଉଛି,ଏପରି କାର୍ଯ୍ୟ ଶିକ୍ଷାନୁଷ୍ଠାନର ଅଖଣ୍ଡତା ଏବଂ ସାମାଜିକ ସଦ୍ଭାବକୁ ଉଲ୍ଲଂଘନ କରିବା ସହ ସାମାଜିକ ସଦଭାବନାକୁ ବାଧା ଦେଉଛି।ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ଭାବେ ଦାବି କରାଯାଇଛି ଯେ, ଘଟଣା ସମ୍ପର୍କରେ ତୁରନ୍ତ ଉକ୍ତ ମାମଲା ରୁଜୁ କରାଯାଉ, ଦୋଷୀଙ୍କୁ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ବିଦ୍ୟାଳୟ ପରିସରରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ତତ୍କାଳ ପ୍ରଶାସନିକ ବ୍ୟବସ୍ଥା ନିଆଯାଉ।
ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସମସ୍ତ ପଦାଧିକାରୀ,କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

 

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟ

Leave a Reply

Your email address will not be published. Required fields are marked *