February 5, 2026
Home » ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ଅବସରରେ କବିତା ପାଠୋତ୍ସବ

ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ଅବସରରେ କବିତା ପାଠୋତ୍ସବ

0
WhatsApp Image 2026-01-16 at 2.42.57 PM

 

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଅବସରରେ ଆଜି ଉତ୍ସବ ପଡ଼ିଆରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାୟ ଶତାଧିକ କବି ଓ କବିୟତ୍ରି ମାନେ ଅଂଶ ଗ୍ରହଣ କରି ସେମାନଙ୍କ ର କବିତା ପଠନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରତାପ କୁମାର ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପଂଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ, ବରିଷ୍ଟ ଆଇନଜୀବୀ ଚିନ୍ତାମଣି ପାତ୍ର,ପୂର୍ବତନ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ଓ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କବି ସମ୍ମିଳନୀ କୁ ଅଧ୍ୟାପକ ଗଣପତି ବାଗ ଓ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ,କବି ସମ୍ମିଳନୀ କମିଟିର ନିରଞ୍ଜନ ମୁଦୁଲି,ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ, ସଞ୍ଜୀବ କୁମାର ମୁଣ୍ଡ ,ଲିପିକା ବାଗ,ସୁଧାଂଶୁ କୁମାର ପଣ୍ଡା,ରାଜେନ୍ଦ୍ର ଆଚାର୍ଯ୍ୟ,ମୁକେଶ ଛତ୍ରିଆ, ଦୀନେଶ ପାତ୍ର,ଚନ୍ଦନ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଳ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ବହୁ କବି ଓ କବିୟତ୍ରି ଉକ୍ତ କବିତା ପାଠୋତ୍ସବ ରେ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *