February 5, 2026
Home » ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

0
WhatsApp Image 2026-01-17 at 4.23.22 PM

ମାଣିକେଶ୍ବରୀଙ୍କ ଆଶୀର୍ବାଦରୁ କଳାହାଣ୍ଡି ବାସୀଙ୍କ ଜୀବନ ଧନ୍ୟ

ଭବାନୀପାଟଣା: କଳାହାଣ୍ଡିର ଲୋକେ ଶାନ୍ତିପ୍ରିୟ, ନ୍ୟାୟ ପ୍ରିୟ। ଜିଲ୍ଲାର ପ୍ରତ୍ୟେକ ମଣିଷଙ୍କ ଜୀବନ ଯେତେ ସରଳ, ସେତେ ଶୃଙ୍ଖଳିତ ଏ ମାଟିର ଆରାଧ୍ୟ ମାଣିକେଶ୍ବରୀଙ୍କ ଆଶୀର୍ବାଦ ଲାଭ କରି ଏ ଜିଲ୍ଲାବାସୀଙ୍କ ଜୀବନ ଧନ୍ୟ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି କଳାହାଣ୍ଡି ଜିଲ୍ଲା ତଥା ଦୌରା ଜଜ ଅନୁପ ରଞ୍ଜନ ପଟ୍ଟନାୟକ। ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ତଥା ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଆଇଏସ ଅଧିକାରୀ ଅନିମେଶ ପ୍ରଧାନ, ଉତ୍ତର ବନଖଣ୍ଡ ଅଧିକାରୀ ରମେଶ ବିଷ୍ଣୋଇ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କଲାଇଭାନନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରାକୋଣ୍ଡା, ଦକ୍ଷିଣ ସହ ବନଖଣ୍ଡ ଅଧିକାରୀ ପ୍ରବେଶ ବର୍ମା, ସିଆରପିଏଫ ୬୪ ବାଟାଲିୟନର ଦୁର୍ଗପତି ଅଜୟ କୁମାର, ବେଦାନ୍ତ ଲିମିଟେଡ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ, ଉପ ସଭାପତି ପ୍ରତୀକ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ଧନ୍ୟବାଦ ଦେଇଥିଲେ। ସୁରସଙ୍ଗମ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଭେନ୍ଦୁ ଶେଖର ମହାପାତ୍ର ସଭା ପରିଚାଳନା କରିଥିଲେ। ଅପରାହ୍ନରେ ସଙ୍ଗୀତ ବିଚିତ୍ରା ଓ ପରେ ପରେ ସକ୍ଷମ ଏକାଡେମୀର ଓଡିଶୀ, ପୁରୀର ମାହାରୀ ନୃତ୍ୟ, ସମ୍ବଲପୁରର ରଙ୍ଗଫରୁଆ, ହରିୟାଣାର ଘୁମର ନୃତ୍ୟ, ବଲାଙ୍ଗୀର ଦୁଲଦୁଲି କଳା ପରିଷଦର ଢାପ ନୃତ୍ୟ, ସମ୍ବଲପୁର ଯବାନ କ୍ଳବ, ଜେକେ ଡ୍ୟାନ୍ସ ସ୍କୁଲ, ମୟୂରୀ, ପ୍ରଗତି, ସମ୍ଭାବନା, କଳିଙ୍ଗ ଅନୁଷ୍ଠାନ, ଜେକେ ୱାର୍ଡ, ବଉଦର ଭୁଆସୁଣି ଅନୁଷ୍ଠାନ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେହିପରି ଷ୍ଟାର ନାଇଟ କାର୍ଯ୍ୟକ୍ରମରେ କଳାହାଣ୍ଡିର ପ୍ରସିଦ୍ଧ ଗାୟକ ବିଶ୍ୱଜିତ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ମେଲୋଡିକୁ ଲକ୍ଷାଧିକ ଲୋକେ ଉପଭୋଗ କରିଥିଲେ। ସେହିପରି ପାରବା ମୁକ୍ତମଞ୍ଚରେ ବରିଷ୍ଠ ସାମ୍ବାଦିକ ତଥା ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ଶାନ୍ତନୁ ବେହେରା, ପ୍ରଗତି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଇଂ. ଅଜୟ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଡିଲେଶ୍ଵର ରଣା ସଭା ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କାଶ୍ମିରୀ ନୃତ୍ୟ, ଲାବଣୀ ସହିତ ୩୦ରୁ ଉର୍ଦ୍ଧ୍ଵ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।ମୁଖ୍ୟ ମଞ୍ଚରେ ସୁଧୀର ନାଏକ, ଲୋଚନୀ ବାଗ, ହେମନ୍ତ ସାହୁ, ଆଶୁତୋଷ ପାତ୍ର, ସୌରଭ ମହାପାତ୍ର, ସସ୍ମିତା ସିଂ ଓ ପାରବା ମୁକ୍ତ ମଞ୍ଚରେ ପ୍ରତାପ ପଣ୍ଡା, ସାବିତ୍ରୀ ମହାରଣା, ଆରୁଷୀ ନନ୍ଦ, ସତ୍ୟବତୀ, ଅମରେନ୍ଦ୍ର ମହାନ୍ତି, ସୁସ୍ମିତା ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

 

Bhabanipatana ru dhiren pattanayak nka report

Leave a Reply

Your email address will not be published. Required fields are marked *