ୱାର୍ଲଡ ଏକ୍ସସେଲେନ୍ ବୁକ୍ ଅଫ୍ ରେକର୍ଡସ୍ ରେ ଚିତରଞ୍ଜନ ବେହେରା
ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିସାହି ଗ୍ରାମର ସ୍ବର୍ଗତ ବିଶ୍ଵାମିତ୍ର ବେହେରା ଓ ସ୍ବର୍ଗତ ପୁଷ୍ପା ବେହେରା ଙ୍କ ସୁପୁତ୍ର ଚିତ୍ତରଞ୍ଜନ ବେହେରା ଙ୍କ ନାମ ୱାର୍ଲଡ ଏକ୍ସସେଲେନ୍ ବୁକ୍ ଅଫ୍ ରେକର୍ଡସ୍ ରେ ସମ୍ମାନିତ ହୋଇଛନ୍ତି l ସେ ତାଙ୍କର ଲେଖା ମାଧ୍ୟମରେ ବ୍ୟଙ୍ଗ କବିତା, ସଚେତନ ଧର୍ମି କବିତା, ସ୍ତମ୍ବ ଓ ଷ୍ଟୋରୀ ଲେଖି ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି । ଏହି ମହାନ୍ କାର୍ଯ୍ୟ ପାଇଁ ଏହି ସମ୍ମାନ ହାସଲ କରିଛନ୍ତି।

ତାଙ୍କର ଏହି ସଫଳତା କେବଳ ନିଜ ପାଇଁ ନୁହେଁ, ସମଗ୍ର ଜିଲ୍ଲା ଓ ଯୁବ ପିଢ଼ି ପାଇଁ ପ୍ରେରଣା ସ୍ୱରୂପ। ୱାର୍ଲଡ ଏକ୍ସସେଲେନ୍ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ତାଙ୍କର କାର୍ଯ୍ୟକୁ ସ୍ୱୀକୃତି ଦେଇ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଭିନ୍ନ ମହଳରୁ ଚିତରଞ୍ଜନ ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସ୍ରୋତ ଛୁଟିଛି। ସେ ମଧ୍ୟ ୱାର୍ଲଡ ଏକ୍ସସେଲେନ୍ ବୁକ୍ ଅଫ୍ ରେକର୍ଡସ୍ ର ସମସ୍ତ କର୍ମକର୍ତ୍ତା , ବୌଦ୍ଧ ଜିଲ୍ଲା ବାସୀ , ସମସ୍ତ ସାହିତ୍ୟ ଅନୁଷ୍ଠାନ , ପରିବାର , ସମ୍ପର୍କୀୟ ବନ୍ଧୁ ବର୍ଗ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
