ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ମାନିନୀ ସାହୁ ଙ୍କ ସଂଯୋଜନା ରେ ଏବଂ ସଭାପତି ମିଥୁନ ମହାକୁଡ଼ ଙ୍କ ସଭାପତିତ୍ୱ ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ କମିଟି ସଭ୍ୟା ତଥା ଅଙ୍ଗନବାଡି କର୍ମୀ ମଞ୍ଜୁଶ୍ରୀ ପ୍ରଧାନ ଯୋଗ ଦେଇ କନ୍ୟା ସନ୍ତାନ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ l କନ୍ୟା ସନ୍ତାନ ଉପରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ୱାର୍ଡେନ ପୂର୍ଣ୍ଣମାସୀ ଗନ୍ତାୟତ, ସୁଶ୍ରୀ ସମୀକ୍ଷା ପ୍ରଧାନ, ଶିକ୍ଷୟିତ୍ରୀ ପ୍ରତିକ୍ଷା ସାହୁ, ତ୍ରିପୁରା ପ୍ରଧାନ ଏବଂ ବାସନ୍ତୀ ପ୍ରହରାଜ ଙ୍କ ସହଯୋଗରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
