February 5, 2026
Home » କଳାହାଣ୍ଡି ଜିଲ୍ଲାରେ “ସମସ୍ତ ଙ୍କ ପାଇଁ ଶିକ୍ଷା “କୁ ନେଇ ମିନି ମାରାଥନ

କଳାହାଣ୍ଡି ଜିଲ୍ଲାରେ “ସମସ୍ତ ଙ୍କ ପାଇଁ ଶିକ୍ଷା “କୁ ନେଇ ମିନି ମାରାଥନ

0
WhatsApp Image 2026-01-25 at 12.14.52 PM

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମିନି ମାରାଥନ କାର୍ଯକ୍ରମ ଆୟୋଜନ କରଯାଇଥିଲା। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲା ସଦର ମହକୁମାର ୩୨ଗୋଟି ସ୍ଥାନରେ ଗଣ ଦୌଡ ହେଉଥିବା ବେଳେ ଭବାନୀପାଟଣା ସହର ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରୁ ଅମଲା ଭବନ ପର୍ଯ୍ୟନ୍ତ ଏକ ଗଣଦୌଡ଼ ମିନି ମାରାଥନ ଆୟୋଜନ କରଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାର ରୁପସିଂ ରାଉତ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ମାଣିକେଶ୍ବରୀ ଛକ, ଷ୍ଟେଚ୍ୟୁ ଛକ, ଘୋଡା ଘାଟ ଛକ ଦେଇ ଶେଷରେ ଅମଲା ଭବନ ଠାରେ ପହଞ୍ଚି ଏକ ସାଧରଣ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକର ମୁଖ୍ୟ ଅତିଥି ହେମନ୍ତ କୁମାର ମୁଣ୍ଡ ପ୍ରତିଷ୍ଠାତା ବାଲ ଗୋପାଳ ସେବା ନିକେତନ, ସମ୍ମାନିତ ଅତିଥି ଡ. ପବିତ୍ର କୁମାର ବାଗ ପ୍ରଫେସର ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ପରମାନନ୍ଦ ମାଝୀ ସମାଜସେବୀ ତଥା ଆଦିବାସୀ ନେତା, ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି ଜିଲ୍ଲା ପ୍ରତିନିଧି ସମ୍ବାଦ, ଶ୍ରୀଯୁକ୍ତ ସ୍ଵାଧୀନ ପାତ୍ର ଜିଲ୍ଲା ପ୍ରତିନିଧି ସକାଳ ଉପସ୍ଥିତ ଥିଲେ ।

ପ୍ରଥମେ କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ଅତିଥି ମାନଙ୍କୁ ଉତ୍ତରୀୟ ସହ ଉପଡୋକନ ଦେଇ ସମ୍ବର୍ଦ୍ଧନା ଜଣେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମୁଣ୍ଡ ଡ. ଅଚ୍ୟୁତ ସାମନ୍ତଙ୍କ ଏ ନିଆରା କାର୍ଯକ୍ରମ କନ୍ୟା କିରଣ, ଦେବାରେ ଆନନ୍ଦ ଭଳି ଆଉ ଏକ କାର୍ଯ୍ୟକ୍ରମ ଯାହାକି ସମସ୍ତ ଙ୍କ ପାଇଁ ଶିକ୍ଷା କୁ ନେଇ ସମାଜକୁ ଶିକ୍ଷିତ କରିବା ସହିତ ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଅଞ୍ଚଳର ନା ରଖିବା ଥିଲା ଆଜି ଏ ମିନି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଳି କହିଥିଲେ। ଶିକ୍ଷା ରୁ ବଞ୍ଚିତ ଲୋକଙ୍କୁ ଶିକ୍ଷୀତ କରି ପାରିଲେ ହିଁ ପ୍ରକୃତ ବିକଶିତ ଭାରତ ଏବଂ ବିକଶିତ ଓଡିଶା ସ୍ବପ୍ନ ସାକାର ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ l ସେହିପରି ଅନ୍ୟ ଅତିଥି ଡ. ସାମନ୍ତଙ୍କ ଏ ନିଆରା କାର୍ଯକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ସମାଜ ପାଇଁ ତାଙ୍କ ଉତ୍ସର୍ଗୀକୃତ ମୋନୋଭାବେ ଯାହାକି ଅନେକ ଲୋକଙ୍କୁ ସାମଜିକ ଓ ଅର୍ଥନୀତିକ ପରିବର୍ତ୍ତନ ଆଣି ଉଦାହରଣ ସୃଷ୍ଟି କରିଛନ୍ତି। ପରେ ଉପସ୍ଥିତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣ ପାତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପରିଶେଶରେ କିସ୍ କଳାହାଣ୍ଡି ର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ ଉପସ୍ଥିତ ସମସ୍ତ ଅତିଥି ଓ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *