February 3, 2026
Home » ପୁରୀ ସହର ରେ ବଞ୍ଜାରା ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏମାନଙ୍କ ତଥ୍ୟ ପୋଲିସ ପାଖରେ ରହୁନି

ପୁରୀ ସହର ରେ ବଞ୍ଜାରା ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏମାନଙ୍କ ତଥ୍ୟ ପୋଲିସ ପାଖରେ ରହୁନି

0
WhatsApp Image 2026-01-24 at 11.28.47 AM

ପୁରୀ ସହର ରେ ବଞ୍ଜାରା ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏମାନଙ୍କ ତଥ୍ୟ ପୋଲିସ ପାଖରେ ରହୁନି। ଯାହାକି ପର୍ଯ୍ୟଟନ କ୍ଷେତ୍ର ତଥା ଜଗନ୍ନାଥ୍ ଧାମ ପୁରୀ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବି ଅଭିଯୋଗ ହୋଇଛି। ବଞ୍ଜାରା ମାନେ ବିଭିନ୍ନ ଅପରାଧରେ ଲିପ୍ତ ଥିବା ଅନେକ ନଜିର ରହିଛି। ଏଣୁ ଏମାନଙ୍କ ଗତିବିଧି ଉପରେ ପୋଲିସ ର କଡା ନଜର ରହିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି। ଓଡ଼ିଶା କୁ ବାଂଲାଦେଶି ପଟୁ ବିପଦ ରହିଚି। ବାଂଲାଦେଶୀ ଅନୁପ୍ରବେଶ କରି ସମୁଦ୍ର ପଥ ରେ ଅବା ସ୍ଥଳ ପଥରେ ପ୍ରବେଶ କରି ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଆଶଙ୍କା ରହିଛି। ଶ୍ରୀ ମନ୍ଦିର ସମେତ ପର୍ଯ୍ୟଟନ ସହର ପୁରୀ ପ୍ରତି ଆତଙ୍କବାଦୀ ଟାର୍ଗେଟ ଥିବା ଅତୀତରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସୀ ବାରମ୍ବାର ବାରମ୍ବାର ପୋଲିସ କୁ ସତର୍କ କରାଇଛନ୍ତି। ଏଣୁ ପୁରୀ କୁ ଆସୁଥିବା ବଞ୍ଜାରା ଙ୍କ ଉପରେ କଡା ନଜର ରଖାଯିବା ଆବଶ୍ୟକତା ରହିଚି। ପୋଲିସ ଏହାକୁ ଗୁରୁତର ଭାବେ ନ ନେଲେ ଆତଙ୍କବାଦୀ ବଞ୍ଜାରା ବେଶ ରେ ଆସି କିଛି ବି ଅଘଟଣ ଘଟାଇବା ଆଶଙ୍କା ରହିଚି। ପୁରୀ ସହର କୁ ଆସୁଥିବା ବଞ୍ଜାରା ମାନେ ପୁରୀ ରେଳ ଷ୍ଟେସନ୍, ବସଷ୍ଟାଣ୍ଡ, ତାଳବଣିଆ, ଜଗନ୍ନାଥ୍ ବଲ୍ଲଭ, ବିଭିନ୍ନ ବସ୍ତି ଅଞ୍ଚଳ ରେ ରହୁଛନ୍ତି। ଏମାନେ ସ୍ଥାନୀୟ ଅପରାଧି ଙ୍କ ସୁରକ୍ଷା ଆଢୁଆଳ ରେ ରହି ଚୋରି, ଛିନତାଇ, ସମେତ ବିଭିନ୍ନ ଅପରାଧରେ ସାମିଲ ହେଉଛନ୍ତି। ଯାହାକି ବେଶ୍ ଚିନ୍ତା ର ବିଷୟ। ରଥଯାତ୍ରା ପୂର୍ବରୁ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ ସନ୍ଧିଗ୍ଧ ବ୍ୟକ୍ତି ଏବଂ ବଞ୍ଜାରା ଙ୍କୁ ପୋଲିସ ଉଦ୍ଧାର ଯାଞ୍ଜ କରାଯାଇଥିଲା। ଅନେକ ସଠିକ୍ ତଥ୍ୟ ପୋଲିସ କୁ ଦେଇନପାରିବାରୁ ପୋଲିସ ଥାନା ରେ ଅଟକ ରଖି ପଚରାଉଚରା କରିଥିଲା। ତେବେ ରଥଯାତ୍ରା ପରେ ଏହା ସବୁ ବନ୍ଦ ହୋଇ ଯାଇଛି। ଯାହାକି ପୁରୀ ସହର ପାଇଁ ଚିନ୍ତାର ବିଷୟ ପାଲଟିଛି। ଶ୍ରୀ ମନ୍ଦିର, ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ୍ ଏହି ସନ୍ଧିଗ୍ଧ ଲୋକ ତଥା ବଞ୍ଜାରା ଙ୍କ ପ୍ରକୃତ ତଥ୍ୟ ଯାଞ୍ଜ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି।

ପୁରୀ ବାସିନ୍ଦା ତଥା ବୁଦ୍ଧିଜୀବି ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ଓ ପର୍ଯ୍ୟଟକ ପ୍ରତି ଆତଙ୍କବାଦୀ ପଟୁ ବିପଦ ଥିବା ପୂର୍ବରୁ ସୂଚନା ରହିଛି। ଏଣୁ ପୂର୍ବରୁ ପୋଲିସ ପକ୍ଷରୁ ପୁରୀ ରେ ଥିବା ବଞ୍ଜାରା ଙ୍କ ପରିଚୟ ଯାଞ୍ଜ କରାଯାଇଥିଲା। ହେଲେ ଏହି ଯାଞ୍ଜ ପ୍ରକ୍ରିୟା ନିୟମିତ ହେବା ଉଚିତ୍। ଏହା ଦ୍ଵାରା ପୁରୀ କୁ ଆସୁଥିବା ଅଜଣା ବ୍ୟକ୍ତି ଙ୍କ ସମ୍ପର୍କରେ ପୋଲିସ ପାଖରେ ତଥ୍ୟ ରହିପାରିବ। ଅନେକ ଅଘଟଣ କୁ ରୋକିହେବ। ପୁରୀ ଏସପି ଙ୍କ ପକ୍ଷରୁ ଚାଲିଥିବା ଅପରେସନ ଚକ୍ର ଯୋଗୁ ପୁରୀ ସହର ରେ ନିଶା କାରବାର ହ୍ରାସ ପାଇଛି। ଯାହାକି ବେଶ୍ ସ୍ୱାଗତଯୋଗ୍ୟ । ତେବେ ପୁରୀ କୁ ଆସୁଥିବା ସଂଧିଗ୍ଧ ବ୍ୟକ୍ତି ତଥା ବଞ୍ଜାରା ଙ୍କ ତଥ୍ୟ ମଧ୍ୟ ପୋଲିସ ପାଖରେ ରହିବା ଉଚିତ୍। ଏହା ଦ୍ଵାରା ପୁରୀ ସହର ସମେତ ପର୍ଯ୍ୟଟକ ସୁରକ୍ଷିତ ରହିପାରିବେ। କାରଣ ବଞ୍ଜାରା ମାନେ ବିଭିନ୍ନ ଅପରାଧ ଘଟାଇଥିବା ନଜିର ରହିଛି । ଏଣୁ ବର୍ତ୍ତମାନ ଆମେ ସଜାଗ ନ ରହିଲେ ଆଗାମୀ ଦିନରେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି।

ଆଇନଜିବୀ ଦେବାଶିଷ ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ କୁ ପ୍ରତିଦିନ ହଜାର ହଜାର ଲୋକ ରାଜ୍ୟ ଓ ରାଜ୍ଯ ବାହାରୁ ଆସୁଛନ୍ତି। ଅନେକ ଅଜଣା ବ୍ୟକ୍ତି ତଥା ବଞ୍ଜାରା ମାନେ ମଧ୍ୟ ପୁରୀ କୁ ଆସୁଛନ୍ତି। ଏମାନେ ବିଭିନ୍ନ ଉଠା ଦୋକାନ ଖୋଲି ଛୋଟ ମୋଟ ବ୍ୟବସାୟ କରୁଥିବା ବେଳେ ବିଭିନ୍ନ ଅପରାଧରେ ସଂପୃକ୍ତ ରହୁଛନ୍ତି। ଏମାନେ କେଉଁଠୁ ଆସିଚନ୍ତି, ଏମାନଙ୍କ ପରିଚୟ କଣ କେହି କିଛି ଜାଣିନାହାନ୍ତି। ଯାହାକି ସେମାନେ ପୁରୀ ସହର, ଶ୍ରୀ ମନ୍ଦିର, ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିପଦ। ପୁରୀ ସହର ପ୍ରତି ଆତଙ୍କବାଦୀ ଙ୍କ ଟାର୍ଗେଟ ଥିବା ସୂଚନା ରହିଛି। ପୁରୀ ବେଳାଭୂମି ଖୋଲାମେଲା ରହିଛି। ତେବେ ଜିଲା ପ୍ରଶାସନ ଏହାକୁ ଗୁରୁତ୍ବ ସହ ଗ୍ରହଣ କରିବା ଉଚିତ୍। ଏହି ବଞ୍ଜାରା ଙ୍କ ଉପରେ ପୋଲିସ ପ୍ରଶାସନ ନଜର ରଖିବା ଉଚିତ୍। ଏହା ଦ୍ଵାରା କୌଣସି ଅଘଟଣ ହେବାକୁ ଥିଲେ ତାହା ନିୟନ୍ତ୍ରଣ ହୋଇ ପାରିବ। ପ୍ରତ୍ୟେକ ବଞ୍ଜାରା ଙ୍କ ସମ୍ପୁର୍ଣ୍ଣ ତଥ୍ୟ ସବୁ ଥାନାରେ ରହିବା ଉଚିତ୍। କାରଣ ଅନେକ ବଞ୍ଜାରା ଙ୍କ ପାଖରେ କୌଣସି ପରିଚୟପତ୍ର ନାହିଁ। ଏହା ଉପରେ ପୋଲିସ ଅଧିକ ନଜର ରଖିବା ଉଚିତ୍। ଏହା ହେଲେ ସମସ୍ତେ ସୁରକ୍ଷିତ ରହିବା ସହ ଲୋକଙ୍କ ଧନଜୀବନ ସୁରକ୍ଷା କରିହେବ।


ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୂର୍ବରୁ ଆମେ ଦେଖିଛୁ କିଛି ବଞ୍ଜାରା ଗ୍ରୁପ୍ ବିଭିନ୍ନ ଅପରାଧ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି। ତେବେ ଏହା ଉପରେ ଆମର କଡା ନଜର ରହିଛି। ଆମେ ଚେଷ୍ଟା କରୁଛୁ ଯେତେ ବଞ୍ଜାରା ଅଛନ୍ତି ତାଙ୍କୁ ଏକ ଉପଯୁକ୍ତ ସ୍ଥାନ ରେ ସ୍ଥାନାନ୍ତର ତଥା ଥାଇଥାନ କରିବା ପାଇଁ। ଆମେ କିଛି ସଂସ୍ଥା ସହ ମିଳିତ ଭାବେ ଏହି କାର୍ଯ୍ୟ କରୁଛୁ। ଗରିବ ଶ୍ରେଣୀର ଲୋକ ତଥା ବଞ୍ଜାରା ଙ୍କୁ ଆମେ ବିଭିନ୍ନ ସାହାଯ୍ୟ ମଧ୍ୟ କରୁଛୁ। କାହାକୁ ଉଧାର କରିବାକୁ ହେଲେ ଆମେ ଉଦ୍ଧାର କରୁଛୁ। ଆମେ ୮୦ ଜଣ ବଞ୍ଜାରା ଙ୍କୁ ସ୍ଥାନାନ୍ତରିତ କରିଛୁ। ପୋଲିସ ଓ ଏନ୍ ଜି ଓ ସଂସ୍ଥା ସହ ମିଶି ଏହି କାର୍ଯ୍ୟ କରାଯାଉଛି। ଏମାନେ ପୁରୀ ସହର ବାହାରେ ତାଳବଣିଆ ଅଞ୍ଚଳ, ରେଲୱେ ଷ୍ଟେସନ ଆଦି ଅଞ୍ଚଳରେ ରହୁଛନ୍ତି। କିଛି କିଛି ଜିନିଷ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଯେତେ ବେଳେବି ଆମକୁ ଖବର ମିଳୁଚି ଆମେ ବଞ୍ଜାରା ଙ୍କୁ ଚିହ୍ନଟ କରୁଛୁ। ସେମାନଙ୍କ ର ଯାହା ଆବଶ୍ୟକତା ରହିଛି ଆମେ ସାହାଯ୍ଯ ଯୋଗାଇ ଦେଉଛୁ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *