February 3, 2026
Home » ପୋଲିସ ମାଡ଼ ରେ ନାବାଳକ ଚେତାଶୂନ୍ୟ

ପୋଲିସ ମାଡ଼ ରେ ନାବାଳକ ଚେତାଶୂନ୍ୟ

0
WhatsApp Image 2026-01-24 at 3.30.37 PM

ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ ବେଳେ ଡ୍ୟୁଟି ରେ ଥିବା ପୋଲିସ କର୍ମଚାରି ଙ୍କ ଅମାନବିୟ କାର୍ଯ୍ୟ। ପୋଲିସ ମାଡ଼ ରେ ଜଣେ ନାବାଳକ ହୋଇପଡିଲେ ଚେତାଶୂନ୍ୟ। ଶ୍ରୀ ମନ୍ଦିର ନାଟ ମଣ୍ଡପ ବାହାର କାଠ ନିକଟରେ ପୁଲିସ ମାଡ଼ରେ ନାବାଳକ ଆହତ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି । ପୁରୀ ବଡ ଡାକ୍ତରଖାନାରେ ନାବାଳକ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ନାବାଳକ ର ସିଟି ସ୍କାନ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ପଷ୍ଟ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ପତ୍ନୀ ଓ ନାବାଳକ ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂସୁ (୧୬) ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡା କୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ହାସପାତାଳ ଭର୍ତ୍ତି କରିଥିଲେ । ପୁରୀ ଏସ୍ ପିଙ୍କୁ ଏସମ୍ପର୍କରେ ଖବର ଦେବା ପରେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ସିଂହଦ୍ୱାର ଥାନା ଅଧିକାରୀ ଶ୍ବେତପଦ୍ମା ଦାଶ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ବିଜୟ କେତନ ବେହେରା ହାସପାତାଳ ରେ ଉପସ୍ଥିତ ରହି ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ନାଟମଣ୍ଡପର ସି ସି ଟିଭି ଯାଞ୍ଚ କରାଯାଉଛି ବୋଲି ସୂଚନା ମିଳିଚି। ଘଟଣା ର ତଦନ୍ତ କରୁଚି ପୋଲିସ। ନାବାଳକୁ ପୁଲିସ ନା ଶ୍ରୀମନ୍ଦିର ପୁଲିସ (ଜେ ଟି ପି) ମାଡ଼ ମାରିଛନ୍ତି ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ଏ ନେଇ ପୁରୀ ଏସପି ଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

Leave a Reply

Your email address will not be published. Required fields are marked *