February 21, 2026
Home » ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ଏଵଂ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ପାଇଁ ସାଇକେଲ ଶୋଭାଯାତ୍ରା ।

୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ଏଵଂ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ପାଇଁ ସାଇକେଲ ଶୋଭାଯାତ୍ରା ।

0
1000917690
ନୟାଗଡ଼ : ନୟାଗଡ ଜିଲ୍ଲା ଦୌରl ଜଜ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳି ମଚ୍ଛ ଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱlବଧାନରେ ଜିଲ୍ଲା କୋର୍ଟ ପରିସରରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ସକାଳ ଆଠ ଘଣ୍ଟା ସମୟରେ ନୟାଗଡ଼ କୋର୍ଟର ସମସ୍ତ ବିଚାର ବିଭାଗୀୟ ବିଚାର ପତି, ଆଇନଜିବି, କୋର୍ଟକର୍ମଚାରୀ, ଅଧିକାର ମିତ୍ର, ଆଇନ୍ ସେବା ପ୍ରାଧିକରଣ କର୍ମଚାରୀଙ୍କ ଉପସ୍ଥିତିରେ ପିପିପିରେ ଜିଲ୍ଲା ଦୌରlଜର୍ଜ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଜାତୀୟ ପତାକା ଉତ୍ତୋଳନ କରି ଦେଶ ପାଇଁ ବଳିଦାନ ଦେଇଥିବା ଏବଂ ଦେଶ ଗଠନରେ ମୁକ୍ଷ୍ୟ ପୁରୋଧା ସାଜିଥିବା ମହାପୁରୁଷ ମାନଙ୍କର ସ୍ମୃତି ଚlରଣ କରିଥିଲେ l
ଆମ ଦେଶଭାରତକୁ ଆହୁରି ଉନ୍ନତି ପଥରେ ଆଗେଇ ନେବାକୁ ହେଲେ ଆମ୍ଭେମାନେ ନିଷ୍ଠା ଏଵଂ ସଚ୍ଚୋଟ ତାର ସହିତ କାମ କରିବାକୁ ସମବେତ ବିଚାର ପତି, ଆଇନ୍ ଜୀବି ଏଵଂ କୋର୍ଟ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ସମାଜରେ ନାରୀ ଓ ପୁରୁଷ ସମସ୍ତଙ୍କର ସମାନ ଅଧିକାର ରହିଛି l ନାରୀ ମାନେ କୌଣସି ଗୁଣରେ କମ୍ ନୁହନ୍ତି। ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବାକୁ ଦେବା ଉଚିତ୍। ବାଲ୍ୟ ବିବାହ ଆମ ସମାଜର ଏକ କଳଙ୍କ ।ଏହାକୁ ରୋକିବା ଆମର ଦାୟିତ୍ବ। ଏହି ଉପଲକ୍ଷେ, କୋର୍ଟ ପରିସରରୁ ଏକ ସାଇକେଲ ଶୋଭାଯାତ୍ରାକୁ ଅଧ୍ୟକ୍ଷ
ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏଥିରେ ବିଚାର ପତି, ଆଇନ ଜିବୀ, ଅଧିକାର ମିତ୍ର, ବିଭିନ୍ନ ମହାବିଦ୍ୟାୟର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ଏହି ସାଇକେଲ ଶୋଭାଯାତ୍ରା ନୟାଗଡ଼ କୋର୍ଟ ପରିସର ରୁ ବାହାରି ଟ୍ରାଫିକ ଛକରେ ପହଞ୍ଚି ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ। ଶେଷର, ସାଇକେଲ ଶୋଭାଯାତ୍ରାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କୋର୍ଟ କର୍ମଚାରୀ, ଅଧିକାର ମିତ୍ର, ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନଙ୍କୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଧନ୍ୟବାଦ ଦେଇଥିଲେ। ପୁନଶ୍ଚ ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ତା ୨୪.୧.୨୦୨୬ ରେ ମହିଳା ମହାବିଦ୍ୟାଳୟ, ନୟାଗଡ଼ ପରିସରରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଥିବାବେଳେ, ତା ୨୫.୧.୨୦୨୬ ରେ ଡିଭାଇନ୍ କଲେଜ, ନୟାଗଡ ପରିସରରେ ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *