February 21, 2026
Home » ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-01-30 at 5.56.24 PM

 

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜାଟେସିଂହା ହାଇସ୍କୁଲ, ପି.ଏମ୍‌. ଶ୍ରୀ ହାଇସ୍କୁଲ୍‌, ସୁବଳୟା ଏବଂ ଅମରପାଳି ହାଇସ୍କୁଲ୍‌ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର, ଶିଶୁ ବିବାହ ଓ ଶିଶୁ ହେଲ୍ପଲାଇନ୍ 1098 ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଜିତ୍ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯାଜକ , କାଉନସିଲର ସୁଧୀର କୁମାର ଦାସ, ସୁପରଭାଇଜର ଧର୍ମେନ୍ଦ୍ର ଦାସ ଚାଇଲ୍ଡ ହେଲ୍ପ ଲାଇନ , ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଶିଶୁ କଲ୍ୟାଣ ସମିତି ଏବଂ ଗୌତମ ମହାପାତ୍ର ସୁରକ୍ଷା ଅଧିକାରୀ ଡି ସି ପି ୟୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ୧୦୯୮ ଟୋଲ ଫ୍ରି ନମ୍ବର ଶିଶୁ ଶ୍ରମିକ ଏବଂ ଶିଶୁ ମାନଙ୍କ ବିଷୟରେ ଥିବା ଆଇନ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ, ଡି ସି ପି ୟୁ ଏବଂ ଶିଶୁ କଲ୍ୟାଣ ସମିତି ର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ୬୦୦ ରୁ ଉର୍ଦ୍ଧ୍ୱ ଶିଶୁ ଯୋଗ ଦେଇଥିଲେ l ୧୦୯୮ ଟୋଲ ଫ୍ରି ନମ୍ବର ର କାର୍ଯ୍ୟକାରିତା ଏବଂ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ ଦମନ ବାଲ୍ୟବିବାହ ନିରାକରଣ, ଶିଶୁ ଯତ୍ନ , ଅବହେଳିତ ଶିଶୁମାନଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରି , ଶିଶୁ ମାନଙ୍କ ପୃଷ୍ଠପୋଷକତା ବିଷୟରେ, ଶିଶୁମାନଙ୍କ ସମଗ୍ର ଆଇନର କାର୍ଯ୍ୟକାରିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *