ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡ଼ିବ କେବେ ??
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ବପଲମେଣ୍ଡି (ଏଲ) ଗ୍ରାମ ପଞ୍ଚାୟତ ର ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତା ୦୧.୦୧.୧୯୭୫ ରିଖ ରେ ସ୍ଥାପିତ ହୋଇ ସାରିଛି। ହେଲେ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେଲାଣି ବିଦ୍ୟାଳୟ କୁ ପରିତାପର ବିଷୟ ଦୀର୍ଘ ବର୍ଷ ପରେ ସରକାର ଓ ପ୍ରଶାସକ ଜାଣିପାରିଛନ୍ତି ଯେ ଜଣେ ଆଦିବାସୀ ସଂପ୍ରଦାୟ ବ୍ୟକ୍ତିଙ୍କ ପଟ୍ଟା ଜମିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଲୁଅଛି। ସୂଚନା ଯୋଗ୍ୟ ତା ୨୩.୧୦.୨୦୨୪ ରିଖ ପ୍ରକାରେ ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶନାରେ ବାରି ହେଉଛି, ବିଦ୍ୟାଳୟ ଟି ଉଠିଯିବ।ଜମି ମାଲିକ ଜଣେ ହୃଦୟ ବାଳ ବ୍ୟକ୍ତି ହୋଇଥିବେ ତେବେ ସରକାରୀ ଜମି ଚିହ୍ନଟ ପ୍ରକ୍ରିୟା ମନ୍ତ୍ର ଗତିରେ ବୋଲି ଚର୍ଚ୍ଚା ହେଉଛି।୧୯୭୫ ମସିହାରେ ବିଦ୍ୟାଳୟ ସ୍ଥାପନ ସମୟରେ ତତ୍କାଳିନ ସରକାର ଓ ତତ୍କାଳିନ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଜିଲ୍ଲା ଶିକ୍ଷାଧିକାରୀ,ବି ଡି ଓ, ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ସରକାର ବିଦ୍ୟାଳୟ ପାଇଁ ସ୍ଥାନ ନିରୂପଣ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବ।

ଏଠାରେ ଉଲ୍ଲେଖଯୋଗ୍ୟ ବିଗତ ପୂର୍ବ ବିଧିବଦ୍ଧ ଭାବେ ସେହି ସମୟରେ ପିତୃପୁରୁଷ ମାନେ ଜମି ଦାନ ସୂତ୍ରରେ ଦେଇଥାଇପାରନ୍ତି ନତୁବା ଜମିରେ ବିଦ୍ୟାଳୟ ପ୍ରତିଷ୍ଠା ପରେ ଜମି ମାଲିକ ଙ୍କ ନିଜ ଲୋକକୁ ପିଅନ ପଦବୀ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ଦେଇ ଥାଇ ପାରନ୍ତି ତେବେ ଭିତିରିଆ କଥା ଜାଣିଛି କିଏ ? କିନ୍ତୁ ସାଧାରଣତଃ କଥାରେ କୁହନ୍ତି ଆଦିବାସୀ ଲୋକକୁ ଥରେଏକା ଜମିଦାସୂତ୍ର ଡାଇ ସିତେକା ଅଟେ ବେଡପା ମିଛ,ଗଙ୍ଗା ଜାଗା ଜାପା ବେ ମିଛ ଏହା ଆଦିବାସୀ ପୂର୍ବ ପରମ୍ପରା ଏହାର ଅକ୍ଷରଙ୍କେ ସତ କଥା କିନ୍ତୁ ଧନି ଯେ ଜାଣିବ ଧନ କଥା,ଜନ୍ମିତ ମହାଜନ ଛାଡ଼ିବ ଅବା କେମିତି, ଅଞ୍ଚଳ ବାସି ଙ୍କ ଆଲୋଚନା ରେ ଜାଣିବାକୁ ମିଳିଛି,ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ଯେଉଁ ବ୍ୟକ୍ତି ଙ୍କ ପଟ୍ଟା ଜମିରେ ଅଛି ସେହି ବ୍ୟକ୍ତି ଜଣକ ଉଚ୍ଚ ଶିକ୍ଷିତ ସରକାରୀ କର୍ମଚାରୀ ବୋଲି ଚର୍ଚ୍ଚା ହେଉଛି। ସରକାର ପରେ ସରକାର ଓ ପ୍ରଶାସକନିକ ପରେ ପ୍ରଶାସନିକ, ପ୍ରଧାନ ଶିକ୍ଷକ ପରେ ପ୍ରଧାନ ଶିକ୍ଷକ ପରିବର୍ତ୍ତନ ସୋଇସାରିଛନ୍ତି ହେଲେ ମଧ୍ୟ ବିଦ୍ୟାଳୟ ଟି ପଟ୍ଟା ଜମିରେ ଚାଲିଛି ,ବିଡ଼ମ୍ବନାର ବିଷୟ ପ୍ରଶାସନିକ ଅବହେଳା ଯୋଗୁଁ ବିଦ୍ୟାଳୟ ଟି ସରକାରୀ ଜମି ଖାତାକୁ ଯାଇ ପାରିଲା ନାହିଁ। ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ମାତ୍ର ୮୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଏବଂ ଛାତ୍ରାବାସ ରେ ଅନ୍ତେବାସୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ର ମାନେ ରହୁଛନ୍ତି ହେଲେ ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଙ୍କ ଦୃଷ୍ଟି ଆକର୍ଷଣ ହୋଇଛିକିନାହି଼ ସମୟ ହିଁ କଥା କହିବ। ବିଦ୍ୟାଳୟ ଟି ବହୁ ସମସ୍ୟା ଘେରରେ ଗତି କରୁଛି।ଶ୍ରେଣୀ ଗୃହରେ ବର୍ଷା ଦିନରେ ପାଣି ଖେଳୁଛି, ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି,ନିଜସ୍ବ ଖେଳ ପଡ଼ିଆ ନାହିଁ,ପାନିୟ ଜଳର ଘୋର ଅଭାବ ରହିଛି,ଏଥି ସହିତ ସର୍ବଶିକ୍ଷା ଅଭିଯାନ ସମୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ରେ ଅନିୟମିତତା ଯୋଗୁଁ ବିଭ୍ରାନ୍ତ ହୋଇଥିଲା, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ନୂତନ ସରକାରୀ ଜମି ଚିହ୍ନଟ କରି ଯୋଗାଇ ଦେବା ପାଇଁ ଚିଠି ସଂଖ୍ୟା ୧୫୭/୨୩.୧୦.୨୦୨୪ ପ୍ରକାରେ ଚକାପାଦ ତହସିଲଦାର ଙ୍କୁ ପତ୍ର ମାଧ୍ୟମ ରେ ନିଦ୍ଧେର୍ଶ ଦେଇସାରିଛନ୍ତି ଅଦ୍ୟାବଧି ଚକାପାଦ ତହସିଲଦାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଲୋକଲୋଚନକୁ ଆସୁନାହିଁ। ତହସିଲଦାରଙ୍କ କାର୍ଯ୍ୟ ସନ୍ଦେହ ଘେରାଉରେ ବୋଲି ରାଜରାସ୍ତାରେ ଚର୍ଚ୍ଚା ହେଉଛି। ଦେଶରେ ଡବଲ ଇଞ୍ଜିନ ସରକାର କେନ୍ଦ୍ର ରେ ଜଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ରେ ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଲୋକ ଙ୍କ ସରକାର ଶିକ୍ଷା ପ୍ରତି ଅଧିକା ଗୁରୁତ୍ୱ ଦେଇଆସୁଛନ୍ତି ” ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ” ପ୍ରାୟ ରାଜନୀତି ରେ ତଳ ପଦବୀ ଠାରୁ ଉପରିସ୍ଥ ପଦବୀ ରାଜନୀତିରେ ପ୍ରାୟ ପଦବୀ ଆଦିବାସୀ ମାନଙ୍କ ହାତରେ ହେଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ଦୀର୍ଘ ୧୯୭୫ ମସିହା ରେ ସ୍ଥାପିତ ବିଦ୍ୟାଳୟ ଟି ୫୦ ବର୍ଷ ପରେ ଉଠିଜିବ କହି ଅଞ୍ଚଳ ବାସି ଙ୍କ ପାଇଁ ଅତ୍ୟନ୍ତ ନୋରାସ୍ୟଜନକ ଏବେ ଡବଲ ଇଞ୍ଜିନ ସରକାର ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଲୋକ ଙ୍କ ସରକାର ଯେଉଁ ଅଧିକାରୀ ମାନେ କାର୍ଯ୍ୟ ରେ ଖିଲାପ କରୁଥିବେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପକେଇବୁ ନାହିଁ। ଚକାପାଦ ତହସିଲଦାର କ’ଣ ପାଇଁ ମନ୍ତ୍ର ଗତିରେ ପଦକ୍ଷେପ ଗ୍ରହଣ କରିବା ପଛରେ କିରହସ୍ୟ ଲୁଚି ରହିଛି ବୋଲି ଗୁଲିଖଟି ସ୍ଥାନରେ ଶୁଣିବାକୁ ମିଳୁଛି। ସଲାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାୟୀ ସରକାରୀ ଜମି ଚିହ୍ନଟ କରି ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ଦୃଷ୍ଟି ପଡ଼ିଲେ ସମସ୍ୟା ର ସମାଧାନ ହେବା ସାଙ୍ଗକୁ ନୂତନ ବିଦ୍ୟାଳୟ ଖୋଲିବାକୁ ସରକାରୀ ଜମି ଚିହ୍ନଟ ହୋଇପାରିବ ବୋଲି ଜିଲ୍ଲାପାଳ ଙ୍କୁ ଅପେକ୍ଷା ରେ ଅଞ୍ଚଳ ବାସି , ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟହେବ ବୋଲି ଆଶା ବାନ୍ଧିଛନ୍ତି ଅଭିଭାବକ ଓ ଅଞ୍ଚଳ ବାସି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
