February 4, 2026
Home » ଚତୁର୍ଥ କୁଲିପାଲି ପ୍ରିମିୟର ଲିଗ ନାଇଟ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଚତୁର୍ଥ କୁଲିପାଲି ପ୍ରିମିୟର ଲିଗ ନାଇଟ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
WhatsApp Image 2026-02-03 at 11.24.09 AM (1)

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିପାଲି ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚତୁର୍ଥ କୁଲିପାଲି ପ୍ରିମିୟର ଲିଗ ନାଇଟ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ ରେ ହରଡ଼ଖୋଲ ଗ୍ରାମପଞ୍ଚାୟତ ର ସରପଞ୍ଚ ମୋହନ କର୍ମୀ ମୁଖ୍ୟ ଅତିଥି ଓ ଲକର୍ମା ସେବା ସମବାୟ ସମିତି ର ସମ୍ପାଦକ ଶରତ ଚନ୍ଦ୍ର ନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ lଉକ୍ତ ନାଇଟ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି କୁଲିପାଲି, ଲକର୍ମା, ଡାହାଜା ଓ ଅର୍ଜୁନପୁର ଗ୍ରାମର କ୍ରିକେଟ ପ୍ରେମୀ ଓ କ୍ରିକେଟ ଖେଳାଳୀ ଙ୍କୁ ନେଇ ଅନୁଷ୍ଠିତ ହୋଇଛି l କୁଲିପାଲି ଜୟ ଜଗନ୍ନାଥ କ୍ରିକେଟ କ୍ଲବ ର ସଭାପତି ଅନିଲ କୁମାର ଦାଶ, ସମ୍ପାଦକ ଭକ୍ତ କର୍ମୀ, ସହ ସମ୍ପାଦକ ବିକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ବ୍ୟାସଦେବ ନନ୍ଦ, ଜଗଦିଶ କର୍ମୀ, କାହ୍ନୁ ଦାଶ, ସୀତାକାନ୍ତ ଅମାତ, ଦିଲ୍ଲୀପ କୁଅଁର, ବିଶ୍ୱନାଥ କୁଅଁର ଓ ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଉପସ୍ଥିତ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା l ଉଦଘାଟନୀ ମ୍ୟାଚ ଟି କ୍ଲାସିକ୍ସ -8 ଏବଂ ଡେଂଜର ୱାରିୟାର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳ ର ଧାରା ବିବରଣୀ ବିକ୍ରମ କୁମାର ନନ୍ଦ ପ୍ରଦାନ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *