ଭାରି ଯାନ ଉପରେ ପ୍ରଶାସନ ର ଚଢାଉ ୧୨ ହାଇବା ଜବତ।
ଆଠଗଡ: ଅନୁମୋଦିତ ଓଜନ ଠାରୁ ଅଧିକ ଖଣିଜ ଦ୍ରବ୍ୟ ପରିବହନ ଓ ବିନା ପରମିଟ ରେ ପରିବହନ କରୁଥିବା ଭାରି ଯାନ ଉପରେ ମଙ୍ଗଳବାର ରାତିରେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଓ ଆଠଗଡ ପୋଲିସ ପକ୍ଷରୁ ତନଖି କରାଯାଇଥିଲା।ତନଖି ବେଳେ ଅନିୟମିତତା ପାଇଁ ୧୨ ଗୋଟି ହାଇବା ଜବତ କରାଯାଇ ଖଣି ବିଭାଗ ଓ ପରିବହନ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା।ତେବେ ବୁଧବାର ଖଣି ଅଧିକାରୀ ଙ୍କ ତଦନ୍ତ ସମୟରେ ଉପଯୁକ୍ତ ଅନୁମତି ପତ୍ର ରେ ଗାଡ଼ି ଗୁଡ଼ିକ ଖଣିଜ ଦ୍ରବ୍ୟ ପରିବହନ କରୁଥିଲେ।କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ.ଭି.ଆଉ ରଞ୍ଜନ କୁମାର ଦୋରା ଅନୁମୋଦିତ ଓଜନ ଠାରୁ ଅଧିକ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ୧୨ ଗୋଟି ଗାଡ଼ି ଉପରେ ୨ ଲକ୍ଷ ୭୬ ହଜାର ୯୦୦ ଟଙ୍କା ଜରିମାନା କରି ଗାଡ଼ି ଗୁଡ଼ିକୁ ଛାଡ଼ି ଦେଇଥିଲେ।ଏହି ଚଢାଉ ଜାରି ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶର୍ମା ସାମ୍ବାଦିକ ମାନକୁ ସୂଚନା ଦେଇଛନ୍ତି।
