February 13, 2026
Home » ସୁବର୍ଣ୍ଣପୁର ରେ ଭାରତ ବନ୍ଦ ର ପ୍ରଭାବ

ସୁବର୍ଣ୍ଣପୁର ରେ ଭାରତ ବନ୍ଦ ର ପ୍ରଭାବ

0
WhatsApp Image 2026-02-12 at 4.49.21 PM

ସୁବର୍ଣ୍ଣପୁର — ଗୁରୁବାର ଦିନ ସର୍ବଭାରତୀୟ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ପଡିଛି ପ୍ରଭାବ l ସକାଳ 6 ଟା ସମୟ ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି l 10 ଟି ଶ୍ରମିକ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା l କେନ୍ଦ୍ରୀୟ ଶ୍ରମ ଆଇନ କୁ ବିରୋଧ କରି ଆଜିର ଭାରତ ବନ୍ଦ ଡାକରା ଦିଆଯାଇଛି l ବସ ଓ ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ନାହିଁ ନ ଅସୁବିଧା ଭୋଗିଥିଲେ l ଆନ୍ଦୋଳନକାରୀ ମାନେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ରାସ୍ତା ମାନଙ୍କ ରେ ଗାଡି ମୋଟର ଅଟକାଇ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା l ଜାତୀୟ ରାଜପଥ ରେ ଶହ ଶହ ଗାଡି ମୋଟର ଅଟକି ଥିବା ଦେଖିବାକୁ ମିଳିଥିଲା l ବନ୍ଦ ର ପ୍ରଭାବ ରେ ଦୋକାନ, ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ସମେତ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର, ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି l ଏହି ବନ୍ଦ ରେ କୌଣସି ପ୍ରକାର ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଇନ ଥିବା ଜଣାପଡିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *