February 13, 2026
Home » ଫେବୃଆରୀ 13 ବିଶ୍ୱ ରେଡ଼ିଓ ଦିବସ : ଏବେ ବି ‘ଆକାଶବାଣୀର ବିଶ୍ବସନୀୟତା ଅତୁଟ’ ରହିଛି l

ଫେବୃଆରୀ 13 ବିଶ୍ୱ ରେଡ଼ିଓ ଦିବସ : ଏବେ ବି ‘ଆକାଶବାଣୀର ବିଶ୍ବସନୀୟତା ଅତୁଟ’ ରହିଛି l

0
WhatsApp Image 2026-02-13 at 11.23.54 AM

ସୁବର୍ଣ୍ଣପୁର: ଅତ୍ୟାଧୁନିକ ଡିଜିଟାଲ ଯୁଗରେ ଆକାଶବାଣୀର କାର୍ଯ୍ୟକ୍ରମ ଗୁଡ଼ିକ ଡିଟିଏଚ ଓ ଆଣ୍ଡ୍ରାଏଡ ମୋବାଇଲ ଫୋନରେ ମଧ୍ଯ ଶୁଣି ହେଉଛି । କହିବାକୁ ଗଲେ ୧୮୯୦ରୁ ଆରମ୍ଭହୋଇଥ‌ିବା ରେଡ଼ିଓର ଜୟଯାତ୍ରା ଆଜି ଶିଖରରେ ପହଞ୍ଚିଛି। ଇଟାଲୀ ବୈଜ୍ଞାନିକ ମାର୍କୋନିଙ୍କ ଏହି ଅବଦାନ ଆଜି ଜନମାନସରେ ସ୍ମରଣୀୟ ହୋଇରହିଛି। ଫେବୃଆରୀ ୧୩। ବିଶ୍ଵ ରେଡ଼ିଓ ଦିବସ। ଭାରତରେ ‘ବନ୍ଧୁଜନ ହିତାୟ, ବହୁଜନ ସୁଖାୟ’ ନାରା ଦେଉଥିବା ଆକାଶବାଣୀ ବିଶ୍ବକୁ ଏକତା ସୂତ୍ରରେ ବାନ୍ଧି ରଖୁବାର ବାର୍ତ୍ତା ପ୍ରଦାନ କରୁଛି।
ୟୁନେସ୍କୋର ୩୬ତମ ସମ୍ମିଳନୀର ନିଷ୍ପରି ଅନୁସାରେ, ପ୍ରତି ବର୍ଷ ଫେବୃଆରୀ ୧୩କୁ ସାରା ବିଶ୍ଵରେ ରେଡ଼ିଓ ଦିବସ ଭାବେ ୨୦୧୧ରୁ ପାଳିତ ହୋଇଆସୁଛି। ୧୯୫୬ରେ ଅଲ ଇଣ୍ଡିଆ ରେଡ଼ିଓର ନାମ ଆକାଶବାଣୀ କରାଯାଇଛି । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆକାଶବାଣୀ ଓ ଜଳବାୟୁ ପରିବର୍ତ୍ତନ l ବହୁ ଗଣମାଧ୍ୟମ ଥିଲେ ସୁଦ୍ଧା ଆକାଶବାଣୀର ଗ୍ରହଣୀୟତା ସ୍ପଷ୍ଟ ଅନୁମେୟ । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆକାଶବାଣୀର ମହତ୍ବକୁ ବହୁଗୁଣିତ କରିଛି l ଦେଖ‌ିବାକୁ ଗଲେ ଆଜି ବି ଓଡ଼ିଶାର ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ
ରେଡ଼ିଓ ଶ୍ରୋତା ରହିଛନ୍ତି। ଠିକ ସେହିପରି ଜଣେ ଶ୍ରୋତା ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ନିପଟ ମଫସଲ ବଡବଡାକଟା ଗାଁ’ର ବାସିନ୍ଦା ସୁଦାମ ଗାଇଗାରିଆ। ଆଜିକୁ 25 ବର୍ଷ ହେବ ସେ ଓଡ଼ିଶାର ବିଭିନ୍ନ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିବା ସହ ପ୍ରତ୍ଯକ୍ଷ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜଡ଼ିତ ମଧ୍ୟ ହୋଇପାରିଛନ୍ତି। ସେ ବଲାଙ୍ଗିର, ସମ୍ବଲପୁର, କଟକ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ନିୟମିତ ଶୁଣିବା ସହ ନିଜର ମତାମତ ମଧ୍ୟ ଦେଇଥାନ୍ତି । ସେ ରାଜ୍ୟର ଅନେକ ଶ୍ରୋତା ସଂଘ ସହ ଜଡ଼ିତ ରହି ଅନେକ ଥର ସମ୍ମାନିତ ହୋଇଛନ୍ତି। ତାଙ୍କ କହିବା ଅନୁସାରେ, ଆକାଶବାଣୀର ବିଭିନ୍ନ ବିଭାଗରେ ପ୍ରସାରିତ ହେଉଥ‌ିବା କାର୍ଯ୍ୟକ୍ରମରୁ ଅନେକ ଶିକ୍ଷଣୀୟ ସୂଚନା ମିଳିଥାଏ। ଆକାଶବାଣୀର ସମାଚାର, ଯୁବବାଣୀ, କିଷାନ୍ ବାଣୀ, ଗୃହ ଲକ୍ଷ୍ମୀ, ଭାଗବତ, ଲୋକଗୀତ ଆଦି କାର୍ଯ୍ୟକ୍ରମଗୁଡ଼ିକ ସେ ନିୟମିତ ଭାବେ ଶୁଣିଥନ୍ତି। ଆକାଶବାଣୀରେ ସଠିକ୍ ଖବର ପ୍ରସାରିତ ହୋଇଥାଏ ଓ ଏହାର ବିଶ୍ବସନୀୟତା ଏବେ ବି ବଜାୟ ରହିଛି ବୋଲି ସେ ମତ ରଖୁଛନ୍ତି। ସେହିଭଳି ଆଉ ଜଣେ ଆକାଶବାଣୀ ସମ୍ବଲପୁର ଓ ବଲାଙ୍ଗିର କେନ୍ଦ୍ରର ନିୟମିତ୍ର ଶ୍ରୋତା ହେଲେ ଉଲୁଣ୍ଡା ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ଭୁକ୍ତା। ସେ ୨୦୦୧ରୁ ଉଭୟ କେନ୍ଦ୍ରର କାର୍ଯ୍ୟକ୍ରମ ନିୟମିତ ଭାବେ ଶୁଣିବା ସ‌ହ ନିୟମିତ ଭାବେ ମତାମତ ମଧ୍ୟ ଦେଇଥାନ୍ତି । ସେ ଲୋକଗୀତ, ଆଳାପ, କୃଷି ଓ ଯୁବବାଣୀ ଠାରୁ ଆରମ୍ଭ କରି ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଶୁଣିଥାନ୍ତି। ସେ ଆକାଶବାଣୀର ନାଟକ କାର୍ଯ୍ୟକ୍ରମରେ ମଧ୍ଯ ରୁଚି ରଖୁଥବା କୁହନ୍ତି। ଆକାଶବାଣୀର କାର୍ଯ୍ୟକ୍ରମ ଗୁଡ଼ିକ ଆଜି ବି ନିଆରା ଲାଗିଥାଏ। ଆକାଶବାଣୀକୁ ଆଦର କଲେ ପରବର୍ଷି ପିଢ଼ି ଅନେକ କଥା ଶିକ୍ଷି ପାରିବେ ବୋଲି ସେ ମତ ଦେଇଛନ୍ତି। କର୍ମୀ
ଅତ୍ୟାଧୁନିକ ଡିଜିଟାଲ ଯୁଗରେ ଆକାଶବାଣୀର କାର୍ଯ୍ୟକ୍ରମ ଗୁଡ଼ିକ ଡିଟିଏଚ ଓ ଆଣ୍ଡ୍ରାଏଡ ମୋବାଇଲ ଫୋନରେ ମଧ୍ଯ ଶୁଣି ହେଉଛି । କହିବାକୁ ଗଲେ ୧୮୯୦ରୁ ଆରମ୍ଭହୋଇଥ‌ିବା ରେଡ଼ିଓର ଜୟଯାତ୍ରା ଆଜି ଶିଖରରେ ପହଞ୍ଚିଛି। ଇଟାଲୀ ବୈଜ୍ଞାନିକ ମାର୍କୋନିଙ୍କ ଏହି ଅବଦାନ ଆଜି ଜନମାନସରେ ସ୍ମରଣୀୟ ହୋଇରହିଛି। ଫେବୃଆରୀ ୧୩। ବିଶ୍ଵ ରେଡ଼ିଓ ଦିବସ। ଭାରତରେ ‘ବନ୍ଧୁଜନ ହିତାୟ, ବହୁଜନ ସୁଖାୟ’ ନାରା ଦେଉଥିବା ଆକାଶବାଣୀ ବିଶ୍ବକୁ ଏକତା ସୂତ୍ରରେ ବାନ୍ଧି ରଖୁବାର ବାର୍ତ୍ତା ପ୍ରଦାନ କରୁଛି।
ୟୁନେସ୍କୋର ୩୬ତମ ସମ୍ମିଳନୀର ନିଷ୍ପରି ଅନୁସାରେ, ପ୍ରତି ବର୍ଷ ଫେବୃଆରୀ ୧୩କୁ ସାରା ବିଶ୍ଵରେ ରେଡ଼ିଓ ଦିବସ ଭାବେ ୨୦୧୧ରୁ ପାଳିତ ହୋଇଆସୁଛି। ୧୯୫୬ରେ ଅଲ ଇଣ୍ଡିଆ ରେଡ଼ିଓର ନାମ ଆକାଶବାଣୀ କରାଯାଇଛି । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆକାଶବାଣୀ ଓ ଜଳବାୟୁ ପରିବର୍ତ୍ତନ l ବହୁ ଗଣମାଧ୍ୟମ ଥିଲେ ସୁଦ୍ଧା ଆକାଶବାଣୀର ଗ୍ରହଣୀୟତା ସ୍ପଷ୍ଟ ଅନୁମେୟ । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆକାଶବାଣୀର ମହତ୍ବକୁ ବହୁଗୁଣିତ କରିଛି l ଦେଖ‌ିବାକୁ ଗଲେ ଆଜି ବି ଓଡ଼ିଶାର ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ
ରେଡ଼ିଓ ଶ୍ରୋତା ରହିଛନ୍ତି। ଠିକ ସେହିପରି ଜଣେ ଶ୍ରୋତା ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ନିପଟ ମଫସଲ ବଡବଡାକଟା ଗାଁ’ର ବାସିନ୍ଦା ସୁଦାମ ଗାଇଗାରିଆ। ଆଜିକୁ 25 ବର୍ଷ ହେବ ସେ ଓଡ଼ିଶାର ବିଭିନ୍ନ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିବା ସହ ପ୍ରତ୍ଯକ୍ଷ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜଡ଼ିତ ମଧ୍ୟ ହୋଇପାରିଛନ୍ତି। ସେ ବଲାଙ୍ଗିର, ସମ୍ବଲପୁର, କଟକ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ନିୟମିତ ଶୁଣିବା ସହ ନିଜର ମତାମତ ମଧ୍ୟ ଦେଇଥାନ୍ତି । ସେ ରାଜ୍ୟର ଅନେକ ଶ୍ରୋତା ସଂଘ ସହ ଜଡ଼ିତ ରହି ଅନେକ ଥର ସମ୍ମାନିତ ହୋଇଛନ୍ତି। ତାଙ୍କ କହିବା ଅନୁସାରେ, ଆକାଶବାଣୀର ବିଭିନ୍ନ ବିଭାଗରେ ପ୍ରସାରିତ ହେଉଥ‌ିବା କାର୍ଯ୍ୟକ୍ରମରୁ ଅନେକ ଶିକ୍ଷଣୀୟ ସୂଚନା ମିଳିଥାଏ। ଆକାଶବାଣୀର ସମାଚାର, ଯୁବବାଣୀ, କିଷାନ୍ ବାଣୀ, ଗୃହ ଲକ୍ଷ୍ମୀ, ଭାଗବତ, ଲୋକଗୀତ ଆଦି କାର୍ଯ୍ୟକ୍ରମଗୁଡ଼ିକ ସେ ନିୟମିତ ଭାବେ ଶୁଣିଥନ୍ତି। ଆକାଶବାଣୀରେ ସଠିକ୍ ଖବର ପ୍ରସାରିତ ହୋଇଥାଏ ଓ ଏହାର ବିଶ୍ବସନୀୟତା ଏବେ ବି ବଜାୟ ରହିଛି ବୋଲି ସେ ମତ ରଖୁଛନ୍ତି। ସେହିଭଳି ଆଉ ଜଣେ ଆକାଶବାଣୀ ସମ୍ବଲପୁର ଓ ବଲାଙ୍ଗିର କେନ୍ଦ୍ରର ନିୟମିତ୍ର ଶ୍ରୋତା ହେଲେ ଉଲୁଣ୍ଡା ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ଭୁକ୍ତା। ସେ ୨୦୦୧ରୁ ଉଭୟ କେନ୍ଦ୍ରର କାର୍ଯ୍ୟକ୍ରମ ନିୟମିତ ଭାବେ ଶୁଣିବା ସ‌ହ ନିୟମିତ ଭାବେ ମତାମତ ମଧ୍ୟ ଦେଇଥାନ୍ତି । ସେ ଲୋକଗୀତ, ଆଳାପ, କୃଷି ଓ ଯୁବବାଣୀ ଠାରୁ ଆରମ୍ଭ କରି ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଶୁଣିଥାନ୍ତି। ସେ ଆକାଶବାଣୀର ନାଟକ କାର୍ଯ୍ୟକ୍ରମରେ ମଧ୍ଯ ରୁଚି ରଖୁଥବା କୁହନ୍ତି। ଆକାଶବାଣୀର କାର୍ଯ୍ୟକ୍ରମ ଗୁଡ଼ିକ ଆଜି ବି ନିଆରା ଲାଗିଥାଏ। ଆକାଶବାଣୀକୁ ଆଦର କଲେ ପରବର୍ଷି ପିଢ଼ି ଅନେକ କଥା ଶିକ୍ଷି ପାରିବେ ବୋଲି ସେ ମତ ଦେଇଛନ୍ତି।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *