February 19, 2026
Home » ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ

0
1000945705

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5250; AI_Scene: (-1, -1); aec_lux: 97.291016; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 29;

ନୟାଗଡ:  ନୟାଗଡ଼ ବ୍ଲକ ପକ୍ଷରୁ ସମ୍ମିଳନୀ କକ୍ଷରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବୈଠକରେ ଭାରତର ସଂଗଠନ ଓ ଏକତା କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ କବାଡି ଓ କୁସ୍ତି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତୀ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟାସୁଚୀ ପ୍ରକାରେ ବ୍ଲକ କାର୍ଯ୍ୟାଳୟଠାରୁ ମା’ ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ନୟାଗଡ ସହର ପରିକ୍ରମା କରିଥିଲା ।ଏହି ପଦଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନୟାଗଡ଼ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ବିଡ଼ିଓ ନୟାଗଡ଼ ଐଶ୍ୱର୍ଯ୍ୟl ଭୂୟାଁ, ଏବିଡିଓ ରତିକାନ୍ତ ସାହୁ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବ୍ଲକ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ ସାମିଲ ହୋଇଥିଲେ।
ମନ୍ଦିର ସମ୍ମୁଖସ୍ଥ ପଡ଼ିଆରେ ସମସ୍ତ ଉପସ୍ଥିତ ପଦଯାତ୍ରୀଗଣ “ଏକତା ସଂକଳ୍ପ” ପାଠ କରିଥିଲେ, ଯେଉଁଥିରେ ସ୍ୱଦେଶୀ ତଥା ଭାରତ ନିର୍ମିତ ସାମଗ୍ରୀ ବ୍ୟବହାର କରିବା ପାଇଁ ଶପଥ ନିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନୟାଗଡ ପ୍ରୀତମ କୁମାର ମହାରଣା ପରିଚାଳନା କରିବା ସହ ଲକ୍ଷ୍ମୀଧର ମଲ୍ଲିକ ଏବଂ ସରୋଜ କୁମାର ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *