February 22, 2026
Home » “ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

0
WhatsApp Image 2026-02-21 at 10.12.53 PM

 

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ଜେଆଇସିଏ ( ଜାଇକା) ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟର ୭ମ ‘ପ୍ରକଳ୍ପ ପରିଚାଳନା କମିଟି’ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପ୍ରକଳ୍ପ ଅଧୀନରେ ଥିବା ସମୁଦାୟ ୩୯,୪୧୬ ହେକ୍ଟର ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଆପଣାଯାଇଥିବା ଶ୍ରେଷ୍ଠ ଅଭ୍ୟାସଗୁଡ଼ିକର ତଥ୍ୟଭୁକ୍ତ କରିବା ଏବଂ ଏହାର ସାମାଜିକ-ଆର୍ଥିକ ପ୍ରଭାବର ଅନୁଧ୍ୟାନ ଉପରେ ଆଲୋଚନା ହୋଇଥିଲା। ଏହାସହ କାର୍ଯ୍ୟାନ୍ୱୟନରେ ରହୁଥିବା ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଏବଂ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।  ଏହି ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାଗର ମହାନ୍ତି, ଜାଇକାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ବିଜ୍ଞାନ ପ୍ରସାଦ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *