କୋରାପୁଟରେ ରାମ୍ପ ଅଧୀନରେ ଏମଏସଏମଇ ପାଇଁ ତାଲିମ ଶିବିର ଅନୁଷ୍ଠିତ
_ଏଚଏଏଲ ସହ ବିକ୍ରେତା ବିକାଶ କାର୍ଯ୍ୟକ୍ରମ,( ଭିଡିପି)_
କୋରାପୁଟ ସ୍ଥିତ ସଦଦ୍ଭାବନା ସଭାଗୃହରେ ୨୦ ଫେବୃଆରୀ, ୨୦୨୬ ତାରିଖରେ ଏମଏସଏମଇ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ଆରଏଏମପି ପଦକ୍ଷେପ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହେଚଏଏଲ) ସହିତ ବିକ୍ରେତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟିକୁ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ, ଓଡିଶା, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜୟପୁର-କୋରାପୁଟ ସହ ସମନ୍ୱୟ ସହଯୋଗରେ ଉଦଘାଟନ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ, କୋରାପୁଟ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଭାପ୍ରସେ ଅଂଶଗ୍ରହୀମାନଙ୍କୁ ସମ୍ବୋଧନ କରି ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଏମଏସଏମଇ ବିକାଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ପାଇଁ ପୂର୍ଣ୍ଣ ସମର୍ଥନର ଆଶ୍ୱାସନ ଦେଇଥିଲେ।ଶ୍ରୀ ସଞ୍ଜୟ କୁମାର ମିଶ୍ର, ଓପ୍ରସେ (ଏସବି), ନିର୍ଦ୍ଦେଶକ, ଡିଇପିଏମ ଓଡିଶାଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନକରିବା ଅବସରରେ ଶ୍ରୀ ମିଶ୍ର ଏମଏସଏମଇ ପାଇଁ ବଜାର ସଂଯୋଗୀକରଣ ଉନ୍ନତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଚିନ୍ମୟ ପରିଡା ,ସାଧାରଣ ପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର, କୋରାପୁଟ ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ହେଚଏଏଲ ସହିତ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ଉତ୍ସାହିତ କରିଥିଲେ। ବୈଷୟିକ ଆଲୋଚନାରେ ହେଚଏଏଲ ଅଧିକାରୀଙ୍କ ଦ୍ୱାରା କ୍ରୟ ସୁଯୋଗ ଏବଂ ପ୍ରକ୍ରିୟା ଉପରେ ଉପସ୍ଥାପନା ହୋଇଥିଲା ଏବଂ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟ ସୁରକ୍ଷା ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟରେ କୃଷି-ସମ୍ବନ୍ଧୀୟ ବ୍ୟବସାୟ ପାଇଁ ସହାୟତା ଏବଂ ପର୍ଯ୍ୟଟନ-ସମ୍ବନ୍ଧୀୟ ବ୍ୟବସାୟର ପ୍ରୋତ୍ସାହନ କରାଯାଇ ଥିଲା। ପ୍ରଶ୍ନୋତ୍ତର ଅଧିବେଶନ ସମୟରେ, ଏମଏସଏମଇ ପ୍ରତିନିଧିମାନେ ବିକ୍ରେତା ପଞ୍ଜିକରଣ ଏବଂ ପାଣ୍ଠି ସହିତ ସହାୟତା ଲୋଡ଼ିଥିଲେ।

ଏହି କର୍ମଶାଳାର ଏମଏସଏମଇଗୁଡ଼ିକୁ ଜାତୀୟ ଯୋଗାଣ ଶୃଙ୍ଖଳରେ ସମ୍ମିଳିତ କରିବାରେ ସାହାଯ୍ୟ କରିବା ପାଇଁ ସରକାରୀ ସଂସ୍ଥା, ଆର୍ଥିକ ପ୍ରତିଷ୍ଠାନ ଏବଂ ହେଚଏଏଲ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିଥିଲା।ଅନ୍ୟାନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଶ୍ରୀମତୀ ପଙ୍କଜିନୀ ଦେହୁରୀ, ଖାଦ୍ୟ ସୁରକ୍ଷା ଅଧିକାରୀ, FSSAI, ଶ୍ରୀ ସନ୍ତୋଷ ସାହୁ, ଜିଲ୍ଲା ସମନ୍ୱୟକାରୀ, APICOL,ଶ୍ରୀ ସୌରଭ ରଞ୍ଜନ ବାଗ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ରହି ନିଜନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀ ଦେବେନ୍ଦ୍ର ତ୍ରିପାଠୀ, ଲିଡ୍ ଜିଲ୍ଲା ପ୍ରବନ୍ଧକ, କୋରାପୁଟଙ୍କ ଦ୍ୱାରା ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
