ମେଡିକାଲ କଲେଜ ପ୍ରତିଷ୍ଠା ନେଇ ୨୪ ତାରିଖ ନୟାଗଡ ବନ୍ଦ ଡାକରା ଦେଲା ଜୟ ନୟାଗଡ ଫାଉଣ୍ଡେସନ
ନୟାଗଡ: ନୟାଗଡ ଜିଲ୍ଲାରେ ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ଆଜି ତା୨୨.୦୨ .୨୦୨୬ ରିଖ(ରବିବାର) ଅପରାହ୍ନ ୩.୩୦ ଘଟିକା ସମୟେ ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ପୂର୍ତ୍ତ ଡାକବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଭବିଷ୍ୟତ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଅଛି। ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଅସନ୍ତାଦିନରେ ବି ରହିବ ।ତେଣୁ ଏହି ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ତା୨୪.୦୨.୨୦୨୬ରିଖ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି।

ତତସହ ଅପରାହ୍ନ ୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ। ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଚାଲୁଥିବା ଯୋଗୁଁ କୌଣସି ପ୍ରକାରର ଯାନବାହନ ଚଳାଚଳ ବନ୍ଦ କରାନଯିବା ପାଇଁ ସଙ୍ଗଠନ ତରଫରୁ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପ୍ରତିଷ୍ଠାତା ସମେତ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ମନୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ସମାଜସେବୀ ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ, ରାକେଶ କୁମାର ସିଠ, ଅବଦୁଲ ଆଜିମ ଖାନ, ଓଁ ପ୍ରକାଶ ବିଶ୍ୱାଳ, ଦୀପଙ୍କର ପ୍ରଧାନ, ଲୋକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ର ଏହି ନାର୍ଯ୍ୟ ଅଧିକାର ପାଇବା ପାଇଁ ସଂଗ୍ରାମରେ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ସାମ୍ବାଦିକମାନଙ୍କ ସହଯୋଗକୁ ସଂଗଠନ ତରଫରୁ ଧନ୍ୟବାଦ ଦେବା ସହ ସାଧୁବାଦ ଜଣାଇଛନ୍ତି । ୨୪ ତାରିଖ ବନ୍ଦକୁ ନୟାଗଡ ଜିଲ୍ଲାବାସୀ ସଫଳ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
