February 25, 2026
Home » ଯାଦୁଗର ଉଦ୍ଧବ ପଧାନଙ୍କୁ ଶ୍ରୀକ୍ଷେତ୍ର କଳାରତ୍ନ ସମ୍ମାନ

ଯାଦୁଗର ଉଦ୍ଧବ ପଧାନଙ୍କୁ ଶ୍ରୀକ୍ଷେତ୍ର କଳାରତ୍ନ ସମ୍ମାନ

0
WhatsApp Image 2026-02-24 at 6.16.48 PM

 

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଁ ଉମାଦେବୀ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ କାଉନସେଲର ତଥା ପ୍ରସିଦ୍ଧ ଯାଦୁଗର ଉଦ୍ଧବ ପଧାନଙ୍କୁ ଉତ୍କଳ କଳା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ହେପି ମୋମେଣ୍ଟ ଇଣ୍ଡିଆ ର 14ତମ ପ୍ରତିଷ୍ଠା ଦିବସ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଜିଲ୍ଲା ସଂସ୍କୃତି ଭବନ ଜଗନ୍ନାଥ ଧାମ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ଯାଦୁଗର ଶ୍ରୀ ପଧାନଙ୍କୁ ଶିକ୍ଷା,ସମାଜ ସେବା ଏବଂ ଅନ୍ଧବିଶ୍ବାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଶିଶୁ କଲ୍ୟାଣ ସଂଘ ଅଧ୍ୟକ୍ଷ ଡ଼. ଅଜିତ ମହାରଣା ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ସଂସ୍କାରକ ଆଦିମାତା କଳ୍ପନା, ଓଲିଉଡ଼ ଆର୍ଟିଷ୍ଟ ଜୟନ୍ତ ସନ୍ତ୍ରା, ବିଶିଷ୍ଟ ସାହିତ୍ୟିକା ଡ଼. ରୋଜାଲିନ ସେନାପତି ପ୍ରମୁଖ ଉପସ୍ଥିତ ରହି ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।ଦେଶ ର ବିଭିନ୍ନ ରାଜ୍ୟ ରୁ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଶିବାନନ୍ଦ ବାରିକ ସଭା କୁ ପରିଚାଳନା କରିଥିବା ବେଳେ ସଂସ୍ଥାପକ ତଥା ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ଯାଦୁଗର ସଙ୍ଘ, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *