February 27, 2026
Home » ଗୌରହରୀ ସାହୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଗୌରହରୀ ସାହୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

0
WhatsApp Image 2026-02-27 at 3.24.43 PM

ରାଧାନଗର କ୍ରିକେଟ ଟିମ ଚାମ୍ପିୟାନ

ଆଳି ବ୍ଲକ ତେଲିପାଟଣା ଖେଳପଡିଆ ଠାରେ ଗୌରହରୀ ସାହୁ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟ ରେ ଆଳିର ବରିଷ୍ଠ ସମାଜସେବୀ ସ୍ୱର୍ଗତ ଗୌରହରୀ ସାହୁ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଧୂମଧାମ ରେ ସମାପନ ହୋଇଯାଇଛି l ଏହି କ୍ରିକେଟ ଟୁର୍ନାମେଣ୍ଟ ଗୌରହରୀ ସାହୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସିଜିନ -୬ ର ଉଦଯାପନୀ ମ୍ୟାଚ ରେ ରାଧାନଗର କ୍ରିକେଟ କ୍ଲବ ଓ ନିଆଳ କ୍ରିକେଟ କ୍ଲବ ମଧ୍ୟରେ ସଂଘର୍ଷ ପୂର୍ବ ମ୍ୟାଚ ଦେଖିବାକୁ ମିଳିଥିଲା । ପ୍ରଥମେ ରାଧାନଗର କ୍ରିକେଟ କ୍ଲବ ଟସ ଜିତି ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲେ l ପ୍ରଥମେ ବ୍ୟାଟିଂ କରି ରାଧାନଗର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା ବେଳେ ଜବାବରେ ନିଆଳ କ୍ରିକେଟ କ୍ଲବ ସମ୍ପୂର୍ଣ ୧୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ମାତ୍ର ୧୦୯ ରନ ସଂଗ୍ରହ କରିଥିଲା l ରାଧାନଗର କ୍ରିକେଟ କ୍ଳବର ଅମରଜିତ ପାତ୍ର ଙ୍କ ବିସ୍ପୋରକ ବ୍ୟାଟିଂ ଓ ସଫଳ ବୋଲିଂ ଫଳରେ ଟିମ ବିଜୟ ହାସଲ କରିଥିଲା l ଫଳରେ ରାଧାନଗର କ୍ରିକେଟ କ୍ଳବ ୧୬ ରନ ରେ ବିଜୟ ଲାଭ କରିଥିଲା l ଖେଳର ପରିଶେଷରେ ରେ ସ୍ୱର୍ଗତ ଗୌରହରୀ ସାହୁ ଙ୍କ ସୁପୁତ୍ର ତଥା ବରିଷ୍ଠ ସମାଜସେବୀ ସୁଶାନ୍ତ ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ସଭାରେ ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ମୁଖ୍ୟ ଅତିଥି, ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଜୟ ଲାଭ ରାଧାନଗର କ୍ରିକେଟ କ୍ଳବ ଓ ପରାଜୟ କରିଥିବା ନିଆଳ କ୍ରିକେଟ ଟିମ କୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ l ରାଧାନଗର କ୍ରିକେଟ କ୍ଳବର ଅମରଜିତ ବେଷ୍ଟ ବ୍ୟାଟ୍ସ ମ୍ୟାନ ସହ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ l ସମ୍ପୂର୍ଣ ଟୁର୍ନାମେଣ୍ଟ କୁ ଗୌରହରୀ ସାହୁ ଚାରିଟେବଲ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *