February 28, 2026
Home » ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀମାନଙ୍କୁ ଅଭିନନ୍ଦନ

ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀମାନଙ୍କୁ ଅଭିନନ୍ଦନ

0
WhatsApp Image 2026-02-28 at 12.33.00 PM

ପୋଲସରା:  ପୋଲସରା ବ୍ଲକ ବଡପଙ୍କଳବାଡି ଗ୍ରାମ ପଞ୍ଚାୟତ ବଣରାମଚନ୍ଦ୍ରପୁର (ବି. ନୂଆଁପଲ୍ଲୀ) ଗ୍ରାମ ସ୍ଥିତ ପଲ୍ଲୀଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟରେ ଏକ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ତଥା ଶିକ୍ଷା ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶ୍ୟାମ ସୁନ୍ଦର ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବା ବେଳେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାନେତ୍ରୀ ସୁଷମା ସାହୁ, ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ଉଷା ରମଣ ଦାସଙ୍କ ସମେତ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିବୃନ୍ଦ ଉପସ୍ଥିତ ଯୁକ୍ତ ତିନି ଶେଷ ବର୍ଷ ବିଜ୍ଞାନ, କଳା ଓ ବିସିଏ ଛାତ୍ରୀମାନଙ୍କୁ ତିନି ବର୍ଷ ପାଠ୍ୟକ୍ରମ ପରିସମାପ୍ତି ହୋଇଥିବା ଯୋଗୁଁ ବହୁମୂଲ୍ୟ ଉପଦେଶ ଏଵଂ ସେମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ଜଳ କାମନା କରିବା ସହ ନିଜ ନିଜର ବହୁମୂଲ୍ୟ ଜ୍ଞାନକୁ ଉଚିତ୍ ମାର୍ଗରେ ବ୍ୟବହାର କରି ସମାଜରେ ଜଣେ ଜଣେ ଭଲ ମଣିଷର ପରିଚୟ ସୃଷ୍ଟି କରିବାକୁ ଆଶା ବ୍ୟକ୍ତ କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ଶୃଙ୍ଖଳିତ ଜୀବନ ଜାପନ ପାଇଁ ଛାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା। ଏହି ସମୟରେ ଅନୁଷ୍ଠାନ ତରଫରୁ ପୁରସ୍କାର ଦିଆଯିବା ସହିତ ଅଭିନନ୍ଦନ ଦିଆଯାଇଥିଲା। ଏଥିରେ ଅଧ୍ୟୟନରତ ଯୁନିୟର ଛାତ୍ରୀମାନେ ଯୋଗଦେଇଥିଲେ। ମଞ୍ଚ ପରିଚାଳନା ଦ୍ଵିତୀୟ ବର୍ଷର ଛାତ୍ରୀ ଶୁଭଶ୍ରୀ ରଥ ଏବଂ ବେବିନା ସାହୁ ମିଳିତ ଭାବେ କରିଥିବାବେଳେ ଶେଷରେ ଶୁଭଶ୍ରୀ ରଥ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଏବଂ ଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *