August 21, 2026
Home » ଓଡିଶା ସାମ୍ବାଦିକ ମହାସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ। ଗଂଜାମ ସଭାପତି ହେଲେ ସୁଦୀପ ସାହୁ

ଓଡିଶା ସାମ୍ବାଦିକ ମହାସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ। ଗଂଜାମ ସଭାପତି ହେଲେ ସୁଦୀପ ସାହୁ

0
WhatsApp Image 2024-09-29 at 7.35.28 PM

ବ୍ରହ୍ମପୁର,୨୯/୯ କମାପଲ୍ଲୀ ଶିବ ମନ୍ଦିର ନିକଟ ବିକଳ୍ପ ଭବନ ପରିସରରେ ଓଡିଶା ସାମ୍ବାଦିକ ମହାସଂଘର ଗଞ୍ଜାମ ଜିଲ୍ଲା କମିଟିର କର୍ମକର୍ତ୍ତା ଚୟନ ମହାସଂଘର ପ୍ରତିଷ୍ଠାତା ସଭାପତି ଜୟ ରାମ ମହାରଣାଙ୍କ ଆବାହକତ୍ବ ତଥା ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉପଦେଷ୍ଟା ରୂପେ ବରିଷ୍ଠ ସମାଜସେବୀ, ତଥା ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇଥିଲେ ।ଗଞ୍ଜାମ ଜିଲ୍ଲା ସଭାପତି ରୂପେ ବରିଷ୍ଠ ସାମ୍ବାଦିକ, କଣ୍ଠ ଶିଳ୍ପୀ ତଥା ଆଇନଜୀବୀ ସୁଦିପ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ସେ ନିଜ ବକ୍ତବ୍ୟରେ ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ସାମ୍ୱାଦିକ ଭାଇ ଭଉଣୀ ଙ୍କ ସମସ୍ୟାର ସମାଧାନ ନେଇ ସଭିଙ୍କ ସହଯୋଗ କାମନା କରିଥିଲେ ।

ରାଜ୍ୟ ସରକାର କିପରି ସାମ୍ୱାଦିକ ଙ୍କ ଉନ୍ନତି ଲାଗି ଅଧିକ ସହଯୋଗ ଆଉ ସହାୟତା ଯୋଗାଇ ଦେବେଏଥି ଲାଗି ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ ।ଉପସଭାପତି ଭାବେ ଲଲାଟେନ୍ଦୁ ଚୌଧୁରୀ,ମମତା ମଞରୀ,ସୁରଥ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ବେହେରା,ସେହିପରି ସାଧାରଣ ସମ୍ପାଦକ ଭାବେ ଅନିଲ କୁମାର ଚୌଧୁରୀ,ସହ ସଂପାଦକ ନବ କିଶୋର ମହାପାତ୍ର,ସଂଗଠନ ସମ୍ପାଦିକା ଗିତାଞଳି ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରୂପେ ମନୋରଞନ ପାଣିଗ୍ରାହୀଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଗାମୀଦିନରେ ସାମ୍ବାଦିକ ସଂଘ କୁ ସୁସଙ୍ଗଠିତ କରିବା ପାଇଁ ଓ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କୁ ଚୟନ କରିବା ଦାୟିତ୍ବ ସଭାପତି ସୁଦିପ କୁମାର ସାହୁଙ୍କ ଉପରେ ନ୍ୟସ୍ତ କରାଗଲା। ଓଡ଼ିଶା ସମ୍ବାଦିକ ମହାସଂଘର ପ୍ରତିଷ୍ଠାତା ସଭାପତି ଜୟ ରାମ ମହାରଣା,ଅନ୍ଯତମ ରାଜ୍ୟ ସଭାପତି ବଳରାମ ଦାସ, ରାଜ୍ୟ ସଧାରଣ ସଂପାଦକ ଗୌରାଙ୍ଗ ଚୌଧୁରୀ, ଲୋକ ସଂପର୍କ ଅଧିକାରୀ ନିଳ ମାଧବ ସାହୁ,ଅନ୍ଯତମ ଜୋନ ସଭାପତି ବାରିପଦାର ସୁକୁମାର ରଂଜନ ପ୍ରଧାନ ଙ୍କୁ ମନୋନୀତ କରାଗଲା ।ପ୍ରଶାନ୍ତ କୁମାର ମହାପାତ୍ର, ସିଦ୍ଦି ରଂଜନ ପାଣିଗ୍ରାହୀ,ସଞ୍ଜୟ କୁମାର ବିଶ୍ବାଳ, ଇ ରଂଜନ, ବିଷ୍ଣୁପ୍ରିୟା ମହାପାତ୍ର,ମଧୁସ୍ମିତା ପଣ୍ଡା,ସି. ପଦ୍ମା ପାତ୍ର, ଅର୍ଚ୍ଚିତା ସାହୁ,ସାଇ ସ୍ମିତା ସ୍ବାଇଁ,ରୂପଶ୍ରୀ ମହାନ୍ତି, ଶୁଭମ ମହାରଣା,ଜାଗୃତି ସେଠୀ,ସୁଶାନ୍ତ କୁମାର ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ପାଢୀ,ଗୁଲସନ କୁମାର କର,ସୁଦୀପ୍ତ କୁମାର ପଟ୍ଟନାୟକ,ଦୁର୍ଯ୍ୟୋଧନ ବ୍ରହ୍ମା, ନୀଳାଞ୍ଚଳ ସ୍ବାଇଁ,ନରସିଂହ ଭୂୟାଁ,ମନୋରଞ୍ଜନ ଗୌଡ,ମୋନଜ କୁମାର ପଣ୍ଡା,ଗୋପାଳ ରେଡୀ, ରମେଶ ଚନ୍ଦ୍ର ବେହେରା,ଆଶିଷ କୁମାର ଆଚାର୍ଯ୍ଯ, ସୁଲୋଚନା ଶୁକ୍ଳା,ରମେଶ କୁମାର ସାହୁ,ସୁଦର୍ଶନ ପଣ୍ଡା, ଅନନ୍ତ ଆପାଟ,ବି କେ ବିଶାରଦଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ବହୁ ସାମ୍ବାଦିକ ବୈଠକରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେବାସହ ଆଗାମୀ ଦିନ ମାନଙ୍କରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଳିତ ଭାବରେ କାର୍ଯ୍ଯ କରିବାର ସ୍ଥିର କରାଯାଇଥିଲା।ଶେଷରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥାର ସୁବନ୍ଦୋବସ୍ତ ଓ ସୂଚାର ଆଯୋଜନ ସକାସେ ପ୍ରତିଷ୍ଠାତା ସଭାପତି ମହାରଣାଙ୍କ ଉଦ୍ୟମ କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପ୍ରାରମ୍ୱରେ ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ସଙ୍ଗୀତ ଗାନ କରି ଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed