March 14, 2026
Home » ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉଦଯାପିତ

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉଦଯାପିତ

0
1000975273
ନୟାଗଡ: ନୟାଗଡ ୬,୭, ଓ ୮ ତାରିଖ ୩ ଦିନଧରି ଚାଲିଥିବା ଆନ୍ତର୍ଜାତୀୟ ମହିଳା ଦିବସର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆଜି ସକାଳ ୬.୩୦ ମିନିଟ ସମୟରେ‌ ଆନ୍ତର୍ଜାତୀୟ ମହିଳା ଦିବସ”ର ଉଦଯାପନ ସମାରୋହରେ “ଶକ୍ତି ର ଗତି, ରାଷ୍ଟ୍ର ର ପ୍ରଗତି” କାର୍ଯ୍ୟକ୍ରମରେ ଏକ ମାରାଥନନୟାଗଡ ଷ୍ଟାଡିୟମରୁ ବାହାରି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ସେଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିଥିଲା।
ଏହି ମାରାଥନ ସମ୍ମାନନୀୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଡେପୁଟି କଲେକ୍ଟର  ତପସ୍ୱିନୀ ହାଂସଦା, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ , କଲେଜ, ସ୍କୁଲ ଏବଂ ବିଭିନ୍ନ ବ୍ଲକ, କ୍ଲବ ଓ ନୟାଗଡ଼ର ସ୍ଥାନୀୟ ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମାରାଥନ ପରେ ପ୍ରତିଯୋଗୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ଜୁମ୍ବୋ ଓ ନୃତ୍ୟ ପ୍ରଦର୍ଶିତ କରିବାପରେ ସେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *