March 15, 2026
Home » ୨୦୧୮ ମସିହା ରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲା।

୨୦୧୮ ମସିହା ରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲା।

0
WhatsApp Image 2026-03-15 at 9.04.21 AM (1)

 

ଅଭିଯୁକ୍ତ କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ…

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହା ରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ମାନ୍ୟବର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଶୁକ୍ରବାର ତାଙ୍କ ରାୟ ଶୁଣାଇଛନ୍ତି।ମାମଲା ର ଅଭିଯୁକ୍ତ ଧନପୁର ଗ୍ରାମର ରଘୁ ରଣା (୬୧) କୁ ଦୋଷୀ ସାବ୍ୟସ୍ତ କରିବା ସହ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ୨୦୧୮ ଅକ୍ଟୋବର ୩୦ ତାରିଖରେ ଦିନ ଅପରାହ୍ନ ୨ଟା ସମୟରେ ଧନପୁର ଗ୍ରାମର ଋଷି ରଣା (ଆହତ) ଓ ସେହି ଗ୍ରାମ ର ରଘୁ ରଣା (ଅଭିଯୁକ୍ତ ) ମଧ୍ୟରେ ପାରିବାରିକ ଶତ୍ରୁତା କୁ କେନ୍ଦ୍ରକରି ବଚସା ହୋଇଥିଲା ଏବଂ ଅଭିଯୁକ୍ତ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରିବା ସହ ଋଷି ରଣା କୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ରଘୁ ରଣା ରାଗିଯାଇ ଲାତ,ଘୁସା ମାରି ଋଷି ରଣା କୁ ଆକ୍ରମଣ କରିଥିଲା ଏବଂ ଋଷି ରଣା ନିଜକୁ ବଞ୍ଚାଇବାପାଇଁ ଚିତ୍କାର କରିବାରୁ ଅଭିଯୁକ୍ତ ଏକ ବଡ଼ ପଥର ସାହାଯ୍ୟରେ ଛାତି ଓ ମୁଣ୍ଡରେ ଆଘାତ ପହଞ୍ଚାଇ ଥିଲା ଋଷି ରଣା କୁ ରକ୍ତାକ୍ତ କରିଦେଇଥିଲା। ଏହା ପରେ ଆହତ ଋଷି ରାଣା ବୁର୍ଲା ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ। ଏହି ବିଷୟ ରେ ଆହତ ଋଷି ରଣା ଙ୍କ ଧର୍ମପତ୍ନୀ ପଦ୍ମିନୀ ରଣା ଜୟପାଟଣା ଥାନାରେ ୨୦୧୮ ଅକ୍ଟୋବର ୩୦ ରେ ଏତାଲା ଦେଇଥିଲେ ଏବଂ ଏନେଇ ଜୟପାଟଣା ଥାନା ରେ କେଶ ନମ୍ବର ୨୮୫ ରେ ମାମଲା ରୁଜୁ ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅଦାଲତ ଭାରତୀୟ ପିଙ୍ଗଳ ଧାରା ୩୦୭ ଅନୁଯାୟୀ ଅଭିଯୁକ୍ତ ରଘୁ ରଣାକୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ର ଅର୍ଥଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *